ଇତିହାସରେ ପ୍ରଥମ: ବିହାରରେ ଖାତା ଖୋଲି ପାରିଲାନି ଲାଲୁଙ୍କ ଆରଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଇତିହାସରେ ପ୍ରଥମ: ବିହାରରେ ଖାତା ଖୋଲି ପାରିଲାନି ଲାଲୁଙ୍କ ଆରଜେଡି

ପାଟନା: ଇତିହାସରେ ପ୍ରଥମଥର ପାଇଁ କୌଣସି ଲୋକସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଖାତା ଖୋଲିବାକୁ ଅକ୍ଷମ ହୋଇଛି। ଲାଲୁ ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍‌ ଯିବା ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଆରଜେଡି ମୁଖ୍ୟ ହୋଇଛନ୍ତି। ତାଙ୍କରି ନେତୃତ୍ୱରେ ଦଳ ୧୭ତମ ଲୋକସଭା ନିର୍ବାଚନ ଲଢ଼ୁଥିଲା। ଏପରି କି ଦଳ ଏଥର କଂଗ୍ରେସ ସହ ମେଣ୍ଟ କରିଥିଲା। ମେଣ୍ଟର ସର୍ତ୍ତ ଅନୁଯାୟୀ ଆରଜେଡି ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ହେଲେ ବି ଆସନରେ ଜିତିପାରି ନାହିଁ।

୧୯୯୭ରେ ଗଠିତ ହୋଇଥିବା ଆରଜେଡି ୨୦୦୮ରେ ଜାତୀୟ ଦଳର ମାନ୍ୟତା ପାଇଥିଲା। ୧୯୯୮ରେ ପ୍ରଥମଥର ନିର୍ବାଚନ ଲଢ଼ିବାକୁ ମଇଦାନକୁ ଆସିଥିବା ଆରଜେଡି ୧୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। କିନ୍ତୁ ୨୦୧୯ରେ ପରିସ୍ଥିତି ଏମିତି ହେଲା ଯେ ଦଳ ବିହାରରେ ଖାତା ଖୋଲି ପାରିଲା ନାହିଁ। ସେହିପରି ଆରଜେଡି ସହ ମେଣ୍ଟ କରିଥିବା କଂଗ୍ରେସ ମଧ୍ୟ ମାତ୍ର ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି। କଂଗ୍ରେସ ଏଠାରେ ୯ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଆରଜେଡି ଓ କଂଗ୍ରେସ ସହ ଆରଏଲଏସ୍‌ପି ଓ ଏଚ୍‌ଏଏମ୍‌ ମଧ୍ୟ ମେଣ୍ଟ କରିଥିଲେ।

ଅନ୍ୟପକ୍ଷରେ ବିହାରର ୪୦ଟି ଆସନରୁ ବିଜେପି, ଜେଡିୟୁ ଓ ଏଲ୍‌ଜେପି ମେଣ୍ଟ ୩୯ଟିରେ ବାଜିମାତ କରିଛନ୍ତି। ବିଜେପି ୧୭ଟି ଆସନରେ ଜିତିଥିବା ବେଳେ ଜେଡିୟୁ ୧୬ ଓ ଏଲ୍‌ଜେପି ୬ଟି ଆସନରେ ଜିତିଛି।



from Odisha Reporter http://bit.ly/2VOGhnQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages