ମାଟି କାମୁଡିଲେ ସେଲିବ୍ରେଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ମାଟି କାମୁଡିଲେ ସେଲିବ୍ରେଟି

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ସରିଛି। ବହୁମତ ସହ ଦ୍ୱିତୀୟ ଥର ପାଇଁ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେବେ ଫଳାଫଳ ଆସିବା ପରେ ଦେଶର ରାଜନୀତିରେ ଯେଉଁ ପରିବର୍ତ୍ତନ ଆସୁଛି ତାର ପ୍ରଭାବ ବଲିଉଡ୍‌ ଫିଲ୍ମ ଜଗତରେ ମଧ୍ୟ ପଡିଛି। ଏଥର ସାଧାରଣ ନିର୍ବାଚନରେ ବହୁମତ ହାସଲ କରିବାରେ ବିଫଳ ହୋଇଥିବା ସେଲିବ୍ରେଟିମାନେ ମାଟି କାମୁଡି ପଡିଛନ୍ତି। ଜନସାଧାରଣଙ୍କ ହୃଦୟ ଜିତିବାରେ ଅସଫଳ ହୋଇଥିବା ସେଲିବ୍ରେଟି ନିଜ ଅସଫଳତାକୁ ନେଇ କ’ଣ କହୁଛନ୍ତି ଜାଣନ୍ତୁ।

ପ୍ରକାଶ ରାଜ

ଅଭିନୟରୁ ରାଜନୀତିରେ ପାଦ ଥାପିଥିବା  ପ୍ରକାଶ ରାଜ ବାଙ୍ଗାଲୋରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିତିଲେ। କିନ୍ତୁ ସେ ଏଥର  ବିଜୟର ତାଜ୍‌ ପିନ୍ଧି ପାରିଲେ ନାହିଁ। ହାରିବା ପରେ ପ୍ରକାଶ ଟ୍ୱିଟ୍‌ କରି  ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି- ମୋ ଗାଲରେ ଏକ ଶକ୍ତ ଚାପୁଡା। ଏବଂ ମୁହେଁ ମୁହେଁ ଗାଳି ପଡିଛି। ତଥାପି ମୁଁ ଦମ୍ଭର ସହ ଠିଆ ହୋଇଛି। ସେକ୍ୟୁଲାର ଭରତ ପାଇଁ ମୋ ଲଢେଇ ଜାରି ରହିବ।  ଏକ କଠିନ ଯାତ୍ରା ଆରମ୍ଭ ହୋଇଯାଇଛି। ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ମୋର ଏହି ଯାତ୍ରାରେ ମୋ ସହ ରହିଲେ। ଜୟ ହିନ୍ଦ୍‌।

ଉର୍ମିଲା ମୋତୋଣ୍ଡକର

ଉତ୍ତର ମୁମ୍ବାଇ ଲୋକସଭା ପାଇଁ କଂଗ୍ରେସ ଟିକେଟରୁ ଲଢୁଥିବା ବଲିଉଡ୍‌ର  ରଙ୍ଗିଲା ଗାର୍ଲ ଉର୍ମିଲା ମାତୋଣ୍ଡକର ନିର୍ବାଚନ ହାରିବା ପରେ ଦୋଷ ଇବିଏମ୍‌କୁ ଦେଇଛନ୍ତି। ଇଭିଏମ୍‌ରେ ଗଡବଡ ପାଇଁ ଗଣନା ଭୁଲ୍‌  ହୋଇଥିବା  କଥା ସେ କହିଛନ୍ତି। ଏଥିନେଇ ସେ ନିର୍ବାଚନ କମିଶନ୍‌ଙ୍କୁ ଆଗରେ ଫେରାଦ ମଧ୍ୟ ହୋଇଥିଲେ।

ଶତ୍ରୁଘ୍ନ ସିହ୍ନା

ପାଟ୍‌ନାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢୁଥିବା ଶତ୍ରୁଘ୍ନ ସିହ୍ନା ହାରିବା ପରେ ନରେନ୍ଦ୍ର ମୋଦିଙ୍କୁ ମାଷ୍ଟର ଷ୍ଟ୍ରାଟେଜିକ୍‌ କହି ସମ୍ବୋଧନ କରିବା ସହ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ମୁନ୍‌ ମୁନ୍‌ ସେନ୍‌

ପଶ୍ଚିମବଙ୍ଗର ଆସନ୍‌ସୋଲ୍‌ରୁ ହାରିଥିବା ଟିମ୍‌ସି ପ୍ରାର୍ଥୀ ତଥା ଅଭିନେତ୍ରୀ ମୁନ୍‌ମୁନ୍‌ ସେନ୍‌ ନିଜ ହାରକୁ ସ୍ୱୀକାର କରି ପାରି ନାହାନ୍ତି। ଗଣନା ଭୁଲ୍‌ ଯାଇଛି ବୋଲି ସେ କହିଛନ୍ତି।



from Odisha Reporter http://bit.ly/2JZfOli

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages