
ଲକ୍ଷ୍ନୌ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ ହଟଚମଟ ଦେଖିବାକୁ ମିଳିଛି। ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ଏନଡିଏରେ ଥାଇ ମହାମେଣ୍ଟକୁ ସମର୍ଥନ କରୁଥିବା ଉତ୍ତର ପ୍ରଦେଶର ଶୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସ୍ବିଏସ୍ପି)କୁ ଝଟକା ଲାଗିବାକୁ ଯାଉଛି। ଶୁହେଲଦେବ ଭାରତୀୟ ସମାଜ ପାର୍ଟିର ୪ ବିଧାୟକଙ୍କ ମଧ୍ୟରୁ ତିନି ବିଧାୟକ ୟୁପିର ଶାସକ ଦଳ ବିଜେପିରେ ମିଶିବାକୁ ଯାଉଥିବା ସୂଚନା ରହିଛି। ଏ ନେଇ ବିଜେପି ମଧ୍ୟ ସ୍ପଷ୍ଟ କରିଛି।
ଆଜି ଶୁହେଲଦେବ ଭାରତୀୟ ସମାଜ ପାର୍ଟିର ସଭାପତି ରାଜଭର ନିଜେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦଳର ବିଧାୟକ ବିଜେପିରେ ମିଶୁଥିବା କଥା କହିଛନ୍ତି। ତେବେ ସେ କିନ୍ତୁ କୌଣସି ଦଳରେ ଯୋଗ ଦେବେନି, ଏକୁଟିଆ ଦଳର ବିଧାୟକ ହୋଇ ରହିବେ ବୋଲି କହିଛନ୍ତି।
ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ଶୁହେଲଦେବ ଭାରତୀୟ ସମାଜ ପାର୍ଟିର ୪ ଜଣ ବିଧାୟକ ରହିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନ ବେଳେ ବିଜେପି ସହିତ ଶୁହେଲଦେବ ଭାରତୀୟ ସମାଜ ପାର୍ଟି ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା।
ଅସନ୍ତୁଷ୍ଟ ୩ ବିଧାୟକ ନିର୍ବାଚନ ବେଳେ ଦଳର ସଭାପତି ରାଜଭରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି ଜଣାପଡ଼ିଥିଲା। ଏଥିପାଇଁ ପ୍ରଚାରରେ ମଧ୍ୟ ସାମିଲ ହୋଇନଥିଲେ। ଏମିତିକି ନିକଟରେ ହୋଇଥିବା ୟୁପି ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ଶୁହେଲଦେବ ଭାରତୀୟ ସମାଜ ପାର୍ଟିର ନିର୍ଦ୍ଦେଶ ବିରୋଧରେ ଜଣେ ବିଧାୟକ ଭୋଟ ଦେଇଥିଲେ।
ମେ ୧୯ରେ ନିର୍ବାଚନ ଶେଷ ହେବା ପରେ ୨୦ ତାରିଖ ଦିନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହଯୋଗୀ ଶୁହେଲଦେବ ଭାରତୀୟ ସମାଜ ପାର୍ଟି(ଏସ୍ବିଏସ୍ପି) ମୁଖ୍ୟ ଓପି ରାଜଭରଙ୍କୁ ନିଜ କ୍ୟାବିନେଟ୍ରୁ ବରଖାସ୍ତ କରିଥିଲେ। ନିର୍ବାଚନ ପୂର୍ବରୁ ଓପି ରାଜଭର ଉତ୍ତର ପ୍ରଦେଶରେ ସପା-ବିଏସ୍ପି ମେଣ୍ଟ ଭଲ କରିବେ ଏବଂ ବିଜେପି ମାତ୍ ଖାଇବ ବୋଲି ମତ ଦେଇଥିଲେ।
ଏମିତିକି ଯୋଗୀ ଓ ବିଜେପି ବିରୋଧରେ ରାଜଭର ବିଦ୍ରୋହ ଘୋଷଣା କରି ୪ର୍ଥ,୫ମ, ୬ଷ୍ଠ ଓ ୭ମ ପର୍ଯ୍ୟାୟ ଲୋକସଭା ଆସନଗୁଡ଼ିକରେ ୩୯ ଜଣ ପ୍ରାର୍ଥୀ ଦେଇଥିଲେ।
from Odisha Reporter http://bit.ly/2waZmq5
No comments:
Post a Comment