୨୦ପରେ ବି ଆସିଲାନି ଲାଇନ୍‌; ରାସ୍ତାକୁ ଓହ୍ଲାଇଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

୨୦ପରେ ବି ଆସିଲାନି ଲାଇନ୍‌; ରାସ୍ତାକୁ ଓହ୍ଲାଇଲେ ଲୋକେ

protest

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ‘ଫୋନି’କୁ ୨୦ ଦିନ ବିତିଲାଣି। ହେଲେ ଏବେ ବି ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଏହାର ପ୍ରତିବାଦରେ ଲୋକେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦାବିରେ ଆଜି କନ୍ଦରପୁର-ମାଛଗାଁ ରାସ୍ତାର ବସନ୍ତପୁର ବଜାର ନିକଟରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

ସେହିପରି ବିଦ୍ୟୁତ୍ ସଂଯୋଗରେ ଅହେତୁକ ବିଳମ୍ବ କରାଯାଉଥିବା ପ୍ରତିବାଦ କରି କଟକ-ପାରାଦୀପ ରାସ୍ତାର ତାରପୁର ବାଇପାସ୍ ନିକଟରେ ମଧ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଫଳରେ ଏହି ଦୁଇ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ଉଭୟ ସ୍ଥାନରେ ପୁଲିସ୍ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରୁଛି।

ସୂଚନାଯୋଗ୍ୟ, ‘ଫୋନି’ ଯୋଗୁ ପୁରୀ,କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଦ୍ୟୁତ୍ ସେବା ସାଂଘାତିକ ଭାବେ ପ୍ରଭାବିତ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ବି ସମାନ ଅବସ୍ଥା ଦେଖାଯାଇଥିଲା। ସେହିପରି ‘ଫୋନି’ ଦ୍ୱାରା ଅପେକ୍ଷାକୃତ କମ୍ ପ୍ରଭାବିତ ଜଗତସିଂହପୁର ଜିଲ୍ଲାର ଅନେକ ସ୍ଥାନରେ ବିଦ୍ୟୁତ୍ ବ୍ୟବସ୍ଥା ପ୍ରଭାବିତ ହୋଇଛି।



from Odisha Reporter http://bit.ly/2YFSM74

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages