ଭୁବନେଶ୍ୱର(ଓଡ଼ିଆ ରିପୋର୍ଟର): ମଟନ ପରି ଆଇଟମ୍, ତାହା ପୁଣି ବିନା ପିଆଜ, ରସୁଣରେ। ଆପଣ କେବେ ଶୁଣି ନ ଥିବେ। ଆଉ ଶୁଣିଲେ ବିଶ୍ୱାସ ବି କରିବେ ନାହିଁ। ହେଲେ କେବଳ କଞ୍ଚାଲଙ୍କା ଓ ଖୁବ୍ କମ୍ ଜିନିଷରେ ପ୍ରସ୍ତୁତ ହେଉଥିବା ଏହି ସ୍ୱାଦିଷ୍ଟ ଡିସ୍କୁ ଘରେ ଥରେ ଟ୍ରାଏ କରି କିପରି ଟେଷ୍ଟି ଲାଗୁଛି, ଜାଣନ୍ତୁ।
ଆବଶ୍ୟକ ସାମଗ୍ରୀ: ମଟନ, କଞ୍ଚାଲଙ୍କ, ଟମାଟୋ, ସୋରିଷ ତେଲ, ଲୁଣ, ହଳଦି, କସ୍ତୁରୀ ମେଥି, ଧନିଆ ପତ୍ର, ଗରମ ମସାଲା।
ପ୍ରସ୍ତୁତି ପ୍ରଣାଳୀ: ଗ୍ୟାସରେ ଏକ କଢେଇ ବସାଇ କିଛି ପାଣି ପକାନ୍ତୁ। ପାଣି ଫୁଟିଲେ ସେଥିରେ କଞ୍ଚାଲଙ୍କା ପକାଇ କିଛି ସମୟ ସିଝାନ୍ତୁ। ଏହା ସିଝି ଗଲା ପରେ ସେଥିରେ ମଟନ ପକାଇ ଘୋଡାଇ ଦିଅନ୍ତୁ। କିଛି ସମୟରେ ଘୋଡଣୀ ଖୋଲି ଲଙ୍କା ପାଉଡର, ହଳଦି ପାଉଡର, ଲୁଣ ପକାଇ ଦିଅନ୍ତୁ।
ଏହାପରେ ସେଥିରେ ସୋରିଷ ତେଲ ପକାଇ ପୁଣି ଥରେ ଘୋଡାଇ ଦିଅନ୍ତୁ। ମାଂସ ସିଝିଗଲେ ଟମାଟୋ ପକାଇ ଦିଅନ୍ତୁ। ଏହାପରେ ସେଥିରେ କସ୍ତୁରୀ ମେଥି ପକାଇ ପୁଣି ଘୋଡାଇ ଦିଅନ୍ତୁ। ଏହା ସମ୍ପୂର୍ଣ୍ଣ ସିଝିଗଲା ପରେ ପାଣି ବି ମରି ଆସିବ। ସେଥିରେ କିଛି ଗରମ ମସଲା ଓ ଧନିଆ ପତ୍ର ପକାଇ ଗୋଳାଇ ଦିଅନ୍ତୁ। ଆଉ ଗରମାଗରମ ପରଷନ୍ତୁ ଏହି ଆଇଟମ୍।
from Odisha Reporter http://bit.ly/2Wa5H4h
No comments:
Post a Comment