କଟକ-ଭୁବନେଶ୍ୱର ରାସ୍ତାରେ ୫ଟି ‘ବ୍ଲାକସ୍ପଟ୍’ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

କଟକ-ଭୁବନେଶ୍ୱର ରାସ୍ତାରେ ୫ଟି ‘ବ୍ଲାକସ୍ପଟ୍’ ଚିହ୍ନଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଓ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥରେ ଦୁର୍ଘଟଣାପ୍ରବଣ ସ୍ଥାନ ବା ‘ବ୍ଲାକ ସ୍ପଟ୍’ ଚିହ୍ନଟ କରିଛି ଟ୍ରାଫିକ ପୁଲିସ୍‌। ଜାତୀୟ ରାଜପଥର ୫ଟି ସ୍ଥାନରେ ‘ବ୍ଲାକସ୍ପଟ୍’ ଚିହ୍ନଟ କରାଯାଇଛି। ସେହି ସ୍ଥାନ ଗୁଡ଼ିକ ହେଉଛି- ଭୁବନେଶ୍ୱରରୁ ଖୋର୍ଦ୍ଧା ରାସ୍ତାର ବାଟଭୁଆସୁଣୀ, ଖଣ୍ଡଗିରି ନିକଟ ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସମ୍ମୁଖ।

ଗତ କିଛିଦିନ ଭିତରେ ଭୁବନେଶ୍ୱରରେ ଏକାଧିକ ଦୁର୍ଘଟଣା ହେବା ପରେ ‘ବ୍ଲାକସ୍ପଟ୍‌’ ଚିହ୍ନଟ କରିବା ଲାଗି ପୁଲିସ୍‌ କମିଶନର ଟ୍ରାଫିକ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ‘ବ୍ଲାକସ୍ପଟ୍‌’ ଚିହ୍ନଟ କରାଯାଇଛି।

ଏବେ ଏହିସବୁ ସ୍ଥାନରେ ଗାଡ଼ିର ବେଗ କମାଇବା ଲାଗି ରୋଡ୍ ବ୍ୟାରିଅର ଲଗାଯିବ। ତେବେ ରାତି ୯ଟା ପରେ ରୋଡ୍ ବ୍ୟାରିଅର କାଢ଼ି ଦିଆଯିବ ବୋଲି କମିଶନରେଟ ପୁଲିସ୍‌ କହିଛି। ଏହା ବ୍ୟତୀତ ଦୁର୍ଘଟଣାପ୍ରବଣ ସ୍ଥାନ ଓ ଦୁର୍ଘଟଣା ରୋକିବା ନେଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବ ବୋଲି ପୁଲିସ୍‌ କହିଛି।



from Odisha Reporter http://bit.ly/2VTyEMP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages