ଶ୍ରମିକ ଦିବସକୁ ନେଇ କ’ଣ ରହିଛି ଇତିହାସ, ଜାଣନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଶ୍ରମିକ ଦିବସକୁ ନେଇ କ’ଣ ରହିଛି ଇତିହାସ, ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମେ’ ୧ ତାରିଖ। ଶ୍ରମିକ ଦିବସ। ଭାରତ ସମେତ ପ୍ରାୟ ୮୦ଟି ଦେଶରେ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି । ଅନ୍ୟ ଭାଷାରେ କହିଲେ ବିଶ୍ୱର କୋଟି କୋଟି ଶ୍ରମିକଙ୍କର ଆଜି ହେଉଛି ମୁକ୍ତିର ଦିବସ। ଶ୍ରମିକଙ୍କୁ ନ୍ୟାୟ ଓ ସୁରକ୍ଷା ପାଇଁ ଏହି  ଦିବସ ପାଳନ କରାଯାଇଥାଏ।

କାହିଁକି ପାଳନ କରାଗଲା ଶ୍ରମିକ ଦିବସ 

୧୮୮୬ ମସିହା କଥା। ସେତେବେଳେ ଆମେରିକାର ସିକାଗୋର କଳକାରଖାନା, ଦୋକାନ ବଜାର, ଅଫିସ୍‌ ଇତ୍ୟାଦିରେ କାମ କରୁଥିଲେ ପ୍ରାୟ ତିନି ଲକ୍ଷ ଶ୍ରମିକ । ସେତେବେଳେ କାମ କରିବାର କୌଣସି ସମୟସୀମା ନ ଥିଲା। ତା ଛଡା କାମ ଅନୁସାରେ ଠିକ୍‌ ପ୍ରାପ୍ୟ ମଧ୍ୟ ମିଳୁ ନ ଥିଲା। ସଠାରେ ଶ୍ରମିକ ମାନଙ୍କୁ ପ୍ରାୟ ୧୬ ଘଣ୍ଟା କାମ କରିବାକୁ ପଡ଼ୁଥିଲା। ଆଉ ଯିଏ କାମ କରିପାରୁ ନ ଥିଲା ସେ ମାଲିକ ଦେଉଥିବା ଯନ୍ତ୍ରଣାରୁ ବଞ୍ଚି ପାରୁ ନଥିଲା। ଛୁଟି ଦିନରେ ମଧ୍ୟ ଶ୍ରମିକମାନଙ୍କୁ ଛୁଟି ମିଳୁ ନଥିଲା। ଏହାକୁ ବିରୋଧ କରିଥିଲେ ଶ୍ରମିକ।

କାମ କରିବାର ସମୟୟ ସୀମା ୮ ଘଣ୍ଟାରୁ ଅଧିକ ନ ରଖିବାକୁ ଶ୍ରମିକମାନେ ହରତାଳ କରିଥିଲେ। ଏହି ହରତାଳ ଏତେ ଉଗ୍ର ରୂପ ନେଇଥିଲା ଯେ,  ସେତେବେଳେ ସିକାଗୋରେ ବୋମା ବିସ୍ଫୋରଣ ମଧ୍ୟ କରାଯାଇଥିଲା। ସେହି ବୋମା କିଏ ପକାଇଥିଲା ତାହା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ପୁଲିସ୍‌ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶ୍ରମିକମାନଙ୍କୁ ରୋକିବାକୁ ଯାଇ ଗୁଳି  ଚଳାଇଥିଲା। ପୁଲିସ ଗୁଳିରେ ବହୁ ଶ୍ରମିକଙ୍କ ମୃତ୍ୟ ହୋଇଥିଲା । ୧୦୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ।

ଏହି ଘଟଣା ପରେ  ୧୮୮୯ ମସିହାରେ ପ୍ୟାରିସ୍‌ରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଶ୍ରମିକ ସମ୍ମିଳନୀରେ ସିକାଗୋରେ ମୃତ ଶ୍ରମିକଙ୍କ ସ୍ମୃତିରେ ମେ’ ୧କୁ ଶ୍ରମିକ ଦିବସ ଭାବେ ପାଳନ କରାଯିବ ବୋଲି କୁହାଯାଇଥିଲା। ସେହି ଦିନଠାରୁ ପ୍ରାୟ ୮୦ଟି ଦେଶରେ ଶ୍ରମିକ ଦିବସ ପାଳନ କରାଯାଉଛି।

ଭାରତରେ ପ୍ରଥମେ ଏହିଠାରେ ପାଳନ କରାଯାଇଥିଲା

ଭାରତ ସହ ଚାଇନା, କୋରିଆ, କ୍ୟୁବା, ଇତ୍ୟାଦି ଦେଶରେ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ। ଭାରତରେ ଏହା ପ୍ରଥମ ଥର ୧୯୨୩ ମସିହା ମେ’ ୧ରେ ହିନ୍ଦୁସ୍ଥାନର ଲେବର କିସାନ ପାର୍ଟି ଦ୍ୱାରା ଚେନ୍ନାଇରେ ପାଳନ  କରାଯାଇଥିଲା। ଆଉ ସେହି ଦିନ ହିଁ ପ୍ରଥମ କରି ଲାଲ୍‌ ପତାକା ବ୍ୟବହାର କରାଯାଇଥିଲା। ଆଜିର ଶ୍ରମିକ ଦିବସର ବାର୍ତ୍ତା ହେଉଛି ‘ସାମାଜିକ ଓ ଅର୍ଥନୈତିକ ଅଗ୍ରଗତି ପାଇଁ ଶ୍ରମିକଙ୍କ ଏକତ୍ରୀକରଣ’।

ହରିୟାଣାରେ ଚଳିତବର୍ଷ ପାଳନ ହେଉନି ଶ୍ରମିକ ଦିବସ

ସାରା ବିଶ୍ୱରେ ଆଜି ଶ୍ରମିକ ଦିବସ ପାଳନ ହେଉଥିବା ବେଳେ ହରିୟାଣାର ଚଳିତବର୍ଷ ଶ୍ରମିକ ଦିବସ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେଠିକାର ସରକାର । ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରୁନାହୁଁ ବୋଲି ହରିୟାଣାର ଶ୍ରମ ମନ୍ତ୍ରୀ କହିଛନ୍ତି। ତେବେ ଏହାକୁ ସେ ବିଶ୍ୱକର୍ମା ପୂଜା ଦିନ ପାଳନ କରିବେ ବୋଲି ସୂଚନା ଦେଇଛନ୍ତି। ତେବେ ରାଜ୍ୟର ଶ୍ରମିକ ସଙ୍ଗଠନ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

 

 



from Odisha Reporter http://bit.ly/2VCPW4P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages