
ଯାଜପୁର(ଅଭୟ ପତି): ଆଜି କଂଗ୍ରେସର ସୁକିନ୍ଦା ବିଧାନସଭା ପ୍ରାର୍ଥୀ ଶରତ ରାଉତଙ୍କ ନେତୃତ୍ୱରେ କଳିଙ୍ଗ ନଗର ସ୍ଥିତ ଏଡିଏମ୍ଙ୍କ ଅଫିସ୍ ଆଗରେ ଦଳୀୟ କର୍ମୀମାନେ ଧାରଣାରେ ବସିଛନ୍ତି।
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା, କେନ୍ଦୁଢ଼ିପି ଓ ଦସମାଣିଆର ୧୮୧, ୧୮୨ ଓ ୧୮୩ ନମ୍ବର ବୁଥ୍ରେ ବିଜେଡି ପୋଲିଂ ଏଜେଣ୍ଟ ରିଗିଂ କରିଥିବା ଶରତ ଅଭିଯୋଗ କରିଛନ୍ତି। ଏହି ବୁଥ୍ ଗୁଡ଼ିକରେ ସାନି ମତଦାନ ପାଇଁ ସେ ଦାବି କରିଛନ୍ତି।
ଏନେଇ ସୁକିନ୍ଦା କଂଗ୍ରେସ ପକ୍ଷରୁ ଏକ ଲିଖିତ ଅଭିଯୋଗ ପତ୍ର ଏଡିଏମ୍ଙ୍କ ମାଧ୍ୟମରେ ନିର୍ଵାଚନ କମିଶନଙ୍କୁ ଦେବା ସହ ଏଠାରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବାକୁ ଦାବି କରାଯାଇଛି।
from Odisha Reporter http://bit.ly/2LgKD7m
No comments:
Post a Comment