
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୪ଟି ରାଜ୍ୟର ବିଧାନସଭା ପାଇଁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଏହି ରାଜ୍ୟ ଗୁଡ଼ିକ ହେଉଛି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ତେଣୁ ସମସ୍ତ ଭୋଟ୍ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ତେବେ ଓଡ଼ିଶାରେ ଆଜି ଯେଉଁ ହେଭିୱେଟ୍ ନେତାଙ୍କ ଭାଗ୍ୟର ନିର୍ଦ୍ଧାରଣ ହେବ,ସେମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ରମାଗତ ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବେ ବୋଲି ବିଜୁ ଜନତା ଦଳ ସୁପ୍ରିମୋ ଆଶା ରଖିଛନ୍ତି। ଏଥର ସେ ଦୁଇ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ପାରମ୍ପରିକ ହିଞ୍ଜିଳି ବିଧାନସଭା ଆସନ ସହ ସେ ବରଗଡ଼ର ବିଜେପୁରରୁ ଲଢୁଛନ୍ତି।
ସେହିପରି ବଲାଙ୍ଗିର ବିଧାନସଭା ଆସନରୁ ପୁଣି ଥରେ ମୈଦାନକୁ ଓହ୍ଲାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ମଧ୍ୟ ପାରମ୍ପରିକ ପାଟଣାଗଡ଼ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଲଗାତର ଷଷ୍ଠ ଥର ଲାଗି ସେ ବିଧାନସଭାକୁ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।
ନବୀନଙ୍କ ଭଳି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏଥର ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଛନ୍ତି। ସେ କେନ୍ଦୁଝରର ଘସିପୁରା ଏବଂ ଭଦ୍ରକର ଭଣ୍ଡାରିପୋଖରୀରୁ ମଇଦାନକୁ ଓହ୍ଲାଇଛନ୍ତି।
ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏଥର ବିଧାନସଭା ପରିବର୍ତ୍ତେ ଲୋକସଭା ନିର୍ବାଚନ ଲଢୁଛନ୍ତି। ସେ କଳାହାଣ୍ଡି ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି।
from Odisha Reporter http://bit.ly/2Es7V4f
No comments:
Post a Comment