
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର, ଧାର୍ମିକ ନଗରୀ ପୁରୀ ଆଉ ହଜାର ବର୍ଷର ସହର କଟକର ସୌନ୍ଦର୍ଯ୍ୟ ନଷ୍ଟ କରି ଯାଇଛି ଫୋନି। ଜୀବନ ନେଇନି ସତ, ହେଲେ ଯାହା କ୍ଷତି କରିଛି ତାକୁ ଭରଣା କରିବାକୁ କେତେଦିନ ଲାଗିବ ତାହା କହିବା ମୁସ୍କିଲ୍।

୧୯୯୯ ମହାବାତ୍ୟା ପରେ ସବୁଠାରୁ ଭୟଙ୍କର ବାତ୍ୟା ଫୋନିକୁ ଦେଖିଛନ୍ତି ରାଜଧାନୀବାସୀ। ପବନର ବେଗ ଏମିତି ଥିଲା ଯେ, ୨ ପାଦ ଚାଲିବାକୁ ସକ୍ଷମ ହେଉ ନ ଥିଲେ ଲୋକେ। ପବନର ବେଗ ଏତେ ବଢିଯାଇଥିଲା ଯେ, ରାଜଧାନୀ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାର ଲାଗିଥିବା ଶହ ଶହ ଗଛ ପଦା ହୋଇଯାଇଛି। ସବୁ ଶ୍ରୀହୀନ କରିଦେଇଛି ଫୋନି।
ଏ ହେଉଛି ଖୋର୍ଦ୍ଧାରୋଡ ରେଳଷ୍ଟଶନ୍ର ଦୃଶ୍ୟ। ରାସ୍ତା କଡ଼ରେ ଏକ ପୁରୁଣା ବରଗଛ କାଲି ପବନରେ ଭାଙ୍ଗି ପଡିଥିଲା। ଫଳରେ ରାସ୍ତା ଅବରୋଧ ହୋଇପଡିଛି। ଭାଙ୍ଗି ପଡିଥିବାରୁ ଆଜି ସକାଳେ ରେଳ ବିଭାଗ ପକ୍ଷରୁ ଏହାକୁ କଟାଯାଉଛି। ରେଳଷ୍ଟାନ୍କୁ ଯାଉଥିବା ରାସ୍ତାରେ ମଧ୍ୟ ଗୋଟିଏ ବି ଗଛ ନାହିଁ। ଭାଙ୍ଗିପଡିଛି ପୁରୁଣା ପାଚିରୀ। ରାସ୍ତାରେ କେବଳ ବାଇକ୍ ଯିବାକୁ ରାସ୍ତା ଅଛି। ପ୍ରଶାସନ ପକ୍ଷରୁ ଗଛ କାଟି ସଫା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଖବର ମିଳିଛି।

ସେହିପରି, ସୁନ୍ଦରପଦା ଦେଇ ଭୁବନେଶ୍ୱରରୁ ଜଟଣୀ ଯାଉଥିବା ରାସ୍ତାର ଏ ହେଉଛି ଦୃଶ୍ୟ। ବୃକ୍ଷ ଶୂନ୍ୟ ହୋଇଯାଇଛି ପୂରା ଅଞ୍ଚଳ। ଟାଇଁ ଟାଇଁ ଖରାରେ ଏହି ରାସ୍ତାରେ ଚାଲିବା ଏବେ କାଠିକର ପାଠ ହେବ। ଏହି ରାସ୍ତାର ଜାଭିୟର ବିଶ୍ୱବିଦ୍ୟାଳୟ ପାଖରେ ଗଛଟିଏ ନାହିଁ।
from Odisha Reporter http://bit.ly/2ZW1OhS
No comments:
Post a Comment