ଯାହା କଳ୍ପନାରେ ନ ଥିଲା, ସେ ଦୃଶ୍ୟ ଆଖିରେ ଦେଖିଲା ଭୁବନେଶ୍ୱର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

ଯାହା କଳ୍ପନାରେ ନ ଥିଲା, ସେ ଦୃଶ୍ୟ ଆଖିରେ ଦେଖିଲା ଭୁବନେଶ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାହା କେହି କଳ୍ପନା କରି ନ ଥିଲେ, ତାହା ହେଲା। ଆଶଙ୍କା ବାହାରେ ରାଜଧାନୀ ଭୁବନେଶ୍ୱରରେ ପ୍ରଳୟ ରଚିଲା ଫୋନି । ଅତି ଭୟଙ୍କର ବାତ୍ୟା ଫୋନି ଭୁବନେଶ୍ୱରର ମେରୁଦଣ୍ଡ ଭାଙ୍ଗିଦେଇଛି କହିଲେ ଅତ୍ୟୁକ୍ତି ହେବନି। ପ୍ରକୃତରେ ଭୁବନେଶ୍ୱରରେ ପବନର ତୀବ୍ରତା କେତେ ଥିଲା ଏ ପର୍ଯ୍ୟନ୍ତ ସଠିକ୍ ଭାବେ କେହି କହିପାରୁ ନାହାନ୍ତି। କିନ୍ତୁ ଯେଉଁମାନେ ରାଜଧାନୀରେ ସେ ଖଣ୍ଡପ୍ରଳୟକୁ ଅଙ୍ଗେ ନିଭାଇଛନ୍ତି, ସେମାନଙ୍କ କହିବା କଥା ନିକଟ ଅତୀତରେ ଏମିତି ବାତ୍ୟା ସେମାନେ ଦେଖି ନ ଥିଲେ। ଅନେଶୋତ ମହାବାତ୍ୟା ଦୀର୍ଘ ସମୟ ଧରି ପ୍ରଳୟ ରଚିଥିଲା ସତ ହେଲେ ଫୋନି ରାଜଧାନୀରେ ଯେଉଁ ୬ ଘଣ୍ଟା ତାଣ୍ଡବ କଲା, ମହାବାତ୍ୟା ଭଳି ଭୟଙ୍କର ଅନୁଭବ ଦେଲା।

ଭୁବନେଶ୍ୱର ଓ କଟକରେ ୬ ଘଣ୍ଟାର ଖଣ୍ଡ ପ୍ରଳୟ, ଭୟାନକ ପବନର ଶବ୍ଦ, ଭୟଙ୍କର ତୀବ୍ରତା କେବେ ଭୁଲିବାର ନୁହେଁ ବୋଲି କୁହନ୍ତି ପ୍ରତ୍ୟକ୍ଷଦର୍ଶୀ। ଏମିତି ବାତ୍ୟା ଦୁଇ ଦଶନ୍ଧି ଭିତରେ ନା କେହି ଦେଖିଥିଲା, ନା କେହି ଶୁଣିଥିଲା ନା ଅନୁଭବି ଥିଲା।

ପ୍ରଳୟ ଆଁରେ ଫସି ଯାଇଥିଲା ସାରା ରାଜଧାନୀ। ଘୁଘୁ ସୁସୁ ଗର୍ଜନ କରି ପବନ ଘାଉଁରୀ ଖେଳୁଥିଲା ତ ସେଇ ଘୂର୍ଣ୍ଣିରେ ପଶି କେତେବେବେଳେ ଗଛ ଉପୁଡୁଥିଲା, ତ କେତେବେଳେ ଟଳି ପଡୁଥିଲା ଟାଓ୍ୱାର, ହାଇମାକ୍ସ ଲାଇଟ୍‌ ପୋଷ୍ଟ। କେଉଁଠି କାଗଜଭଳି ଉଡୁଥିଲା ସାଇନ୍‌ବୋର୍ଡ, ଟିଣ, ଆଜବେଷ୍ଟସ୍ ତ ପୁଣି କେଉଁଠି ଓଲଟି ପଡୁଥିଲା ବସ୍। ପବନରେ ଧୂଆଁ ହୋଇ ଉଡୁଥିଲା ବର୍ଷା। ଗୋଟିଏ ଗୋଟିଏ ଦଲକାରେ କେତେବେଳେ ବଡ଼ ବଡ଼ ଆପାର୍ଟମେଣ୍ଟର କାଚ ଝର୍କା ଭାଙ୍ଗୁଥିଲା ତ କେଉଁଠି ପବନ ମାଡ଼କୁ ସମ୍ଭାଳି ପାରୁ ନଥିଲା ପ୍ରଳୟ ପବନରୁ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲା ବିପନ୍ନ ମଣିଷ ବସ୍ତିରେ ତ ଭୟଙ୍କର ସ୍ଥିତି ଥିଲା।

ଚାଳ ଘର କିମ୍ବା ଜରିପାଲ ଢଙ୍କା କୁଡିଆ ତ ମାଟିରେ ମିଶିଛି। ଅଜବେଷ୍ଟସ୍ ଘର ବି ସୁରକ୍ଷା ଦେଇ ପାରିନି ବସ୍ତିବାସିନ୍ଦାଙ୍କୁ। ସାଲିଆ ସାହି, ସୋମନାଥ ନଗର ଓ ଆଦର୍ଶନଗର ବସ୍ତିରେ ତ ସ୍ଥିତି ଆହୁରି ସଙ୍ଗୀନ। ଫୋନି କୋପରୁ କେଉଁ ଗୋଟିଏ ଘର କି ପରିବାର ବାଦ୍ ପଡ଼ିନାହାନ୍ତି। ସମସ୍ତଙ୍କୁ ଯେମିତି ଗୋଟିଏ ଡଙ୍ଗାରେ ବସାଇ ଦେଇଛି ବାତ୍ୟା। ସୋମନାଥନଗର ବସ୍ତିରେ ଆଜବେଷ୍ଟସ୍ ଉଡ଼ିଯିବା ପରେ ସିମେଣ୍ଟ ଇଟା ପଡି ଗୋଟିଏ ପରିବାରର ଦୁଇ ଆହତ ହୋଇଛନ୍ତି ।



from Odisha Reporter http://bit.ly/2YdbV07

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages