ମୋଦିଙ୍କ ବିଜୟରେ ମୋଗଲ ଯୁବରାଜ କହିଲେ, ଭାରତ ମାତାକୀ ଜୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ମୋଦିଙ୍କ ବିଜୟରେ ମୋଗଲ ଯୁବରାଜ କହିଲେ, ଭାରତ ମାତାକୀ ଜୟ

modi1

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୨୦୧୯ ଲୋକସଭା ନିର୍ବାଚନରେ ବୃହତ୍‌ ବିଜୟ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ଏଥିରୁ ବାଦ୍‌ ପଡ଼ିନାହାନ୍ତି ଦିନେ ଭାରତକୁ ଶାସନ କରୁଥିବା ମୋଗଲ ରାଜବଂଶ। ଏହି ପରିବାରର ଉତ୍ତରାଧିକାରୀ ପ୍ରିନ୍ସ ୟାକୁବ୍‌ ହବୀବୁଦ୍ଦିନ୍ ଟୁକି ମୋଦିଙ୍କୁ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇଛନ୍ତି।

ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ବଂଶଧର ଟୁକି ଏବଂ ତାଙ୍କ ପତ୍ନୀ ହମୈରା ଫତିମା ଏଥିରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଏବଂ ଏନ୍‌ଡିଏ ମେଣ୍ଟର ସମସ୍ତ ଦଳଙ୍କୁ ଆନ୍ତରିକ ଶୁଭେଚ୍ଛା। ସେ କହିଛନ୍ତି, ଲାଲକିଲ୍ଲାରୁ ମୋଦି ଲଗାତାର ପତାକା ଉତ୍ତୋଳନ କରିବା ଦେଖି ଖୁସି ଲାଗୁଛି।

ସେ ଏହି ଅବସରରେ ମୋଦିଙ୍କ ସହ ମିଶି ଲୋକଙ୍କ ପାଇଁ କାମ କରିବାକୁ ଏବଂ ଦେଶ ସେବାରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ଚିଠିର ଶେଷରେ ଲେଖିଛନ୍ତି, ‘ଭାରତ ମାତାକୀ ଜୟ’।

letterପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ରାଷ୍ଟ୍ରପତିଙ୍କୁ ଇସ୍ତଫା ଦେଇସାରିଥିବାବେଳେ ଆସନ୍ତା ୩୦ ତାରିଖରେ ପ୍ରଧାନମନ୍ତ୍ରୀ ଭାବରେ ସେ ପୁଣି ଶପଥ ନେବେ।



from Odisha Reporter http://bit.ly/2ExPprj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages