
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବଲାଙ୍ଗିର ଓ ଟିଟିଲାଗଡ଼ର ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିଛି। ୪୬.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରହିଛି। ତା’ ତଳକୁ ରହିଛି ବଲାଙ୍ଗିର। ଏଠାରେ ପାରଦ ୪୬.୩ ଡିଗ୍ରୀ ରହିଛି।
ଆଜି ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୩ ସହରର ତାପମାତ୍ରା ୪୫ ଡିଗ୍ରୀ ଡେଇଁଛି। ତାଳଚେରରେ ୪୫.୭ ଡିଗ୍ରୀ, ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫.୨ ଡିଗ୍ରୀ, ସୋନପୁରରେ ୪୪.୮ ଡିଗ୍ରୀ, ହୀରାକୁଦରେ ୪୪.୫ ଡିଗ୍ରୀ, ଭବାନୀପାଟଣାରେ ୪୪.୩ ଓ ଅନୁଗୋଳର ତାପମାତ୍ରା ୪୪.୧ ଡିଗ୍ରୀ ରହିଛି। ଯାହାଫଳରେ ଜୀବନଯାତ୍ରା ଭୀଷଣ ପ୍ରଭାବିତ ହୋଇଛି। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନ୍ଶାନ ହୋଇଯାଉଛି।
ପାଣିପାଗ ବିଭାଗ ବିଭାଗର ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଆହୁରି ୪ ଦିନ ଯାଏ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିବ। ପଶ୍ଚିମ ଓଡ଼ିଶା ସାଙ୍ଗକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହିବ। ସ୍ଥିତିକୁ ନଜରରେ ରଖି ସୁନ୍ଦରଗଡ଼, ଝାରସୁଗୁଡ଼ା,ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି।
from Odisha Reporter http://bit.ly/2EtoqNh
No comments:
Post a Comment