ତ୍ୱଚା ସମ୍ୱନ୍ଧୀୟ ୫ ଭ୍ରାନ୍ତ ଧାରଣା କ’ଣ ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 31, 2019

ତ୍ୱଚା ସମ୍ୱନ୍ଧୀୟ ୫ ଭ୍ରାନ୍ତ ଧାରଣା କ’ଣ ଜାଣିଛନ୍ତି କି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆମର ତ୍ୱଚା ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଲେ ଆମେ କ’ଣ କରିବୁ ସେହି ଚିନ୍ତାରେ ପଡି ଯାଇଥାଉ। ଆମ ତ୍ୱଚା ଲାଗି କ’ଣ ଠିକ୍‌ କ’ଣ ଭୁଲ ସେ ବିଷୟରେ ସାଙ୍ଗେ ସାଙ୍ଗେ ସିଦ୍ଧାନ୍ତ ନେଇ ପାରି ନ ଥାଉ। ଏହି ସମୟରେ ଆମେ ଟିଭିରେ ଦେଖିଥିବା ବିଜ୍ଞାପନକୁ ଭରସା କରି ଯଦି ସେହି ଉତ୍ପାଦ ଆଣି ଲଗାଇବା, ତାହା ଦ୍ୱାରା ଆମ ସମସ୍ୟା ଦୂର ହେବ ବୋଲି ମାନେ ନାହିଁ। ଉକ୍ତ ଉତ୍ପାଦରେ ଥିବା ଛବିକୁ ଦେଖି ଆମେ ଆକର୍ଷିତ ହୋଇପଡିଥାଉ।

କିନ୍ତୁ ବେଳେବେଳେ ଏହାର ଫଳ  ଠିକ୍‌ ବିପରୀତ ହୋଇଥାଏ। ଏହିପରି ପିଲା ବେଳୁ ଶୁଣି ଆସିଥିବା ବହୁ ଭ୍ରାନ୍ତ ଧାରଣା ଆମ ମନରେ ଘର କରି ରହିଛି। ଯାହାଦ୍ୱାରା କିଛି ଲାଭ ମିଳୁ ନାହିଁ । କିନ୍ତୁ ଆମେ ଚାହିଁକି ବି ଏପରି ଅଭ୍ୟାସରୁ ବାହାରି ପାରୁ ନାହାନ୍ତି।

ଆଜି ଆମେ ତ୍ୱଚା ସମ୍ବନ୍ଧୀୟ ୫ଟି ଭୁଲ ଧାରଣା ବିଷୟରେ କହିବୁ, ଯାହା ଆମ ମନରେ ବସା ବାନ୍ଧି ଦେଇଛି।  ଆସନ୍ତୁ ଜାଣିବା, ସେହି ଭ୍ରାନ୍ତ ଧାରଣା ବିଷୟରେ।

୧- ଅଳ୍ପ ମାତ୍ରାରେ କ୍ରିମ୍‌ ବ୍ୟବହାର କରିବା: ଏପରି  ଧାରଣା ଆମ ମନରେ ଘର କରି ରହି ଯାଇଛି ଯେ, ଅଳ୍ପ ମାତ୍ରାରେ କ୍ରିମ୍‌ କିମ୍ୱା ସାମ୍ପୋ ବ୍ୟବହାର ଦ୍ୱାରା ଆମେ ସିଲ୍କି କେଶ, ସଫ୍ଟ ଓ ଚମକଦାର ତ୍ୱଚା ପାଇପାରିବା। ଆମେ ସବୁବେଳେ ଟିଭିରେ ଦେଖିଥାଉ, ଅଳ୍ପ କ୍ରିମ୍‌ ବ୍ୟବହାର କରି ସୁନ୍ଦର ତ୍ୱଚା ମିଳି ପାରୁଛି। ତେଣୁ ଆମେ ମଧ୍ୟ ଏହି ଭ୍ରମରେ ପଡିଯାଉଛୁ। ଆପଣ ଯେବେ ସନ୍ଦେହରେ ପଡିବେ ସେତେବେଳେ ଉକ୍ତ ପ୍ୟାକ୍‌ର ପଛପଟେ ଲେଖାଯାଇଥିବା ମାତ୍ରାଠୁ କିଛି ଅଧିକ ମାତ୍ରାରେ ଲଗାନ୍ତୁ। କାରଣ ସମସ୍ତଙ୍କ ଚେହେରାର ପ୍ରକାରଭେଦ ଅଲଗା ହୋଇଥାଏ।

୨- ଟୋନର ନିହାତି ଜରୁରୀ :  ଚେହେରାରେ ମଶ୍ଚରାଇଜର ଲଗାଇବା ପୂର୍ବରୁ ଯଦି ଆପଣ ଟୋନରର ବ୍ୟବହାର କରୁଛନ୍ତି, ତା ହେଲେ ଏହାଦ୍ୱାରା ଆପଣଙ୍କ ଚେହେରାରେ ଜମିଥିବା ଧୂଳି ଓ ତେଲ ହଟିଯାଇଥାଏ। ଏହା ଆପଣଙ୍କ ତ୍ୱଚାକୁ ସଫ୍ଟ ଓ ଚମକଦାର କରିବାକୁ ପ୍ରତିଶ୍ରୁତି ଦେଇଥାଏ। କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା ଆପଣଙ୍କ ବ୍ୟୁଟି ରୁଟିନରେ ସାମିଲ ହୋଇଥାଏ। ସମସ୍ତଙ୍କୁ ମଧ୍ୟ ଏହାର ଆବଶ୍ୟକତା ପଡି ନ ଥାଏ। ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଏହାର ବ୍ୟବହାର ମଧ୍ୟ ତ୍ୱଚା ଲାଗି ହାନିକାରକ ହୋଇଥାଏ।

୩- ମେକଅପ୍‌ ହଟାଇବା ଲାଗି ମେକଅପ୍‌ ୱାଇପ୍ସ ଜରୁରୀ: ସବୁବେଳେ ମେକଅପ୍‌ ଛଡାଇବା ଲାଗି ମେକଅପ୍‌ ୱାଇପ୍ସ ବ୍ୟବହାରର ଆବଶ୍ୟକତା ନାହିଁ। ଏହାଦ୍ୱାରା ତ୍ୱଚାକୁ ରଗଡିବା ଦ୍ୱାରା ଏହା ରୁକ୍ଷ ହୋଇଯାଇଥାଏ। ବହୁତ  ମେକଅପ୍‌ ୱାଇପ୍ସରେ ଆଲକହଲ ରହିଛି, ଯାହାଦ୍ୱାରା ସମ୍ବେଦନଶୀଳ ତ୍ୱଚା କୁଣ୍ଡାଇ ହୋଇଥାଏ। ଆପଣ ଏହାର ସୀମିତ ବ୍ୟବହାର କରିପାରିବେ।

୪- ଦାମିକିଆ ଉତ୍ପାତ ଭଲ କାମ କରିଥାଏ: ଆମ ମନରେ ଏହି ଧାରଣା ଘର କରି ବସି ଯାଇଛି ଯେ,  ଅଧିକ ଦାମର ଜିନିଷ କାମ ମଧ୍ୟ ଭଲ କରିଥାଏ। ହେଲେ ବେଳେବେଳେ କମ୍‌ ଟଙ୍କାର କ୍ରିମ୍‌ ବ୍ୟବହାର କରି ମଧ୍ୟ ଚେହେରା ଚମକଦାର ଲାଗେ। ତେଣୁ ବ୍ୟୁଟି ପ୍ରଡକ୍ଟ କିଣିବା ପୂର୍ବରୁ ଏହାର ମୂଲ୍ୟ ସହ ପଛରେ ଲେଖା ହୋଇଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ପଢି ନିଅନ୍ତୁ। ଫଳରେ ଆପଣ ଜାଣି ପାରିବେ ଯେ, ଅଧିକ ଟଙ୍କାର ଜିନିଷ କେବଳ ନିଜ ବ୍ରାଣ୍ଡ ଭ୍ୟାଲୁ ପାଇଁ ଅଧିକ ଟଙ୍କା ନେଉଛି, ନା କିଛି ଅଧିକ ସାମଗ୍ରୀ ରହିଛି ସେଥିରେ।

୫- ମୁହଁକୁ ଛୁଇଁବା ମନା: ଆମ ମୁହଁରେ ଯଦି ବ୍ରଣ ହୋଇଥାଏ, ତାହେଲେ ଏହାକୁ ଛୁଇଁବାକୁ ଘରର ବଡମାନେ ବାରଣ କରିଥାନ୍ତି। ଛୁଇଁଲେ, ଏହା ଅଧିକ ବ୍ୟାପି ଯିବାର ଆଶଙ୍କା ଥିବା କୁହାଯାଏ। ହେଲେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କେବଳ ଛୁଇଁବା ଦ୍ୱାରା ଏହାର ସେପରି କୁପ୍ରଭାବ ତ୍ୱଚା ଉପରେ ପଡି ନ ଥାଏ। କିନ୍ତୁ ଯଦି ଆପଣ ବଡ ନଖ ରଖିଥିବେ, ତା ହେଲେ ଏଥିରେ ଥିବା ବ୍ୟାକେଟରିଆ ମୁହଁରେ ବାଜିଲେ ତାହା ସଂକ୍ରମଣ ହେବାର ଆଶଙ୍କା ଥାଏ।



from Odisha Reporter http://bit.ly/2EMetL0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages