ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଲୁଣିସରା ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ମାଲ୍ବାହୀ ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଏହା ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଡ୍ରାଇଭର୍ ଏବଂ ହେଲ୍ପର୍ ଗାଡ଼ି ଭିତରେ ଚାପି ହୋଇ ରହି ଯାଇଥିଲେ।
ନୂଆଗାଁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟ ଡ୍ରାଇଭର ଓ ହେଲ୍ପର୍ଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି।
ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମିନି ଟ୍ରକ୍ଟି ଭୁବନେଶ୍ୱରରୁ ଦଶପଲ୍ଲା ଯାଉଥିଲା ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2WjwJ9t
No comments:
Post a Comment