ଜିତିବା ପାଇଁ ଅନ୍ଧବିଶ୍ୱାସ ଜାଲରେ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଜିତିବା ପାଇଁ ଅନ୍ଧବିଶ୍ୱାସ ଜାଲରେ ନେତା

ନୂଆଦିଲ୍ଲୀ: ୭ଟି ପର୍ଯ୍ୟାୟରେ ଭୋଟ୍‌ଦାନ ସରିଛି, ଫଳାଫଳ ଘୋଷଣା ହେବାକୁ ଆଉ ହାତ ଗଣତି କିଛିଦିନ ବାକିଅଛି। କିଏ ଜିତିବ, ତାହା ଭୋଟରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। କିନ୍ତୁ ଯେନତେନ ପ୍ରକାରେ ନିଜର ବିଜୟକୁ ସୁନିଶ୍ଚିତ କରିବାକୁ ନେତା ଆପଣାଇଛନ୍ତି କିଛି ଅଜବ ଗଜବ ଉପାୟ। ଏସବୁ ସତରେ କେତେ କାମ କରିବ, ତାହା ମେ’ ୨୩ରେ ଜଣାପଡ଼ିଯିବ।

ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ନିଜକୁ ସେକ୍ୟୁଲାର ବୋଲି ବାରମ୍ବାର କହୁଥିବା କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ‘ଲଙ୍କା ଯଜ୍ଞ’। ଜଣେ ସାଧୁ ଭୋପାଲରେ ଏପରି ଯଜ୍ଞର ଆୟୋଜନ କରିଥିଲେ। ସାଧୁ ଜଣଙ୍କ କହିଥିଲେ,ଏହି ଯଜ୍ଞ କଲେ ଦିଗ୍‌ବିଜୟଙ୍କ ଉପରେ ଶୈତାନୀ ଶକ୍ତି କୌଣସି ପ୍ରଭାବ ପକାଇପାରିବନି। କେବଳ ଏତିକି ନୁହେଁ, ଦିଗ୍‌ବିଜୟ ଗାୟତ୍ରୀ ଶକ୍ତିପୀଠରେ ଗୋମାତା ପୂଜା କରିବା ସହ ଗାଇଙ୍କୁ ହାର ମଧ୍ୟ ପିନ୍ଧାଇଥିଲେ।

ଆଉ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ମଧ୍ୟ ଲକ୍ଷ୍ନୌ ରୋଡ୍‌ ଶୋ’ ସମୟରେ କଳା ଟୀକା ଲଗାଇଥିବା ଦେଖାଯାଇଥିଲା। ଏପରି କଲେ ତାଙ୍କ ଉପରେ କୁଆଡ଼େ କାହାର ନଜର ଲାଗିବନି ଏବଂ ଦୁଷ୍ଟଶକ୍ତିଙ୍କଠାରୁ ସୁରକ୍ଷିତ ରହିହେବ ବୋଲି ତାଙ୍କର ଧାରଣା। ଏହି ରୋଡ୍‌ ଶୋ’ର ବସ୍‌କୁ ପଞ୍ଜାବରେ ମଧ୍ୟ ବ୍ୟବହାର କରାଯାଇଥିଲା। କାରଣ କଂଗ୍ରେସ କର୍ମୀ ଏହି ବସ୍‌କୁ ଶୁଭଙ୍କର ଭାବିନେଇଥିଲେ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଚୂନ ଧଉଳାଇବା ବନ୍ଦ କରାଯାଇଛି। କାରଣ ଏଠାରେ ଅନ୍ଧବିଶ୍ୱାସ ରହିଛି ଯେ ଏପରି କଲେ ରାଜ୍ୟ କଂଗ୍ରେସର ନେତୃତ୍ୱ ବଦଳିଯିବ। ୧୯୯୨ରେ ମହାବୀର ପ୍ରସାଦ, ୧୯୯୫ରେ ଏନ୍‌ଡି ତିୱାରୀ, ୧୯୯୮ରେ ସଲମାନ ଖୁର୍ସିଦ୍‌ ଏବଂ ୨୦୧୨ରେ ରୀତା ଯୋଶୀ ଏପରି ଚୂନ ଧଉଳା ପରେ ହିଁ ହଟିଥିଲେ। ଏଠାରେ ଥିବା ଅଶୋକ ଗଛ ଛାତ ଉଚ୍ଚ ହେବା ପୂର୍ବରୁ କାଟିଦିଆଯାଏ। କୁହାଯାଏ ଏହା ଅଧିକ ଉଚ୍ଚ ହେବା ଅଶୁଭ।

ସେହିଭଳି ଆଉ ଏକ ଚର୍ଚ୍ଚା ହେଉଛି ନିର୍ବାଚନ ସମୟରେ ବିଜେପି ନେତାଙ୍କ ସଭା ମଞ୍ଚ ବାସ୍ତୁଶାସ୍ତ୍ର ଅନୁଯାୟୀ ହିଁ ତିଆରି ହୋଇଥିଲା। ଆଉ ଅଧିକାଂଶ ନେତା ଶୁଭମହୂର୍ତ୍ତ ଦେଖି ହିଁ ନାମାଙ୍କନ ପତ୍ର ଦାଖଲ କରିବାକୁ ବାହାରିଥିଲେ।

ତେବେ ଜ୍ୟୋତିଷ ଦେଖା ମାମଲାରେ ସବୁଠୁ ଆଗରେ ଅଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)। ସେ ମୁଖ୍ୟତଃ ଜ୍ୟୋତିଷଙ୍କ ପରାମର୍ଶ ଅନୁସାରେ ସବୁ କାର୍ଯ୍ୟ କରନ୍ତି। ନିଜ ସରକାରଙ୍କ ଅବଧି ସରିବା ପୂର୍ବରୁ ସରକାର ଭାଙ୍ଗିବାର ନିଷ୍ପତ୍ତି କେବଳ ଜ୍ୟୋତିଷଙ୍କ ପରାମର୍ଶକ୍ରମେ କେସିଆର କରିଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୁଏ।

ସେହିଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆ ଲଙ୍କା ଓ ଲେମ୍ବୁର ମାଳ ପିନ୍ଧିବା, ନୀତୀଶ କୁମାର ତାନ୍ତ୍ରିକଙ୍କ ପାଖକୁ ଯିବା ଆଦି ଘଟଣା ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଆସିଛି। ତେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସେ ସବୁବେଳେ ଜୁନ୍ନାରଦେବ ବିଧାନସଭା କ୍ଷେତ୍ରରେ ଶେଷ ପ୍ରଚାର କରାଇଥାନ୍ତି। ଆଉ ଏପରି ନ କରିବା ତାଙ୍କୁ ଥରେ ମହଙ୍ଗା ପଡ଼ିଥିଲା। ୧୯୯୭ରେ ସେ ଜୁନ୍ନାରଦେବ ଆସନରୁ ଶେଷ ପ୍ରଚାର କରିବାକୁ ଭୁଲିଯାଇଥିଲେ ଏବଂ ସେହିବର୍ଷ ପୂର୍ବତନ ମୂଖ୍ୟମନ୍ତ୍ରୀ ସୁନ୍ଦରଲାଲ ପଟ୍‌ୱା ତାଙ୍କୁ ହରାଇଦେଇଥିଲେ।



from Odisha Reporter http://bit.ly/2wa3Ddp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages