ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୭୦.୭୮ ପ୍ରତିଶତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ପ୍ରକାଶ ପାଇଲା ମ୍ୟାଟ୍ରିକ ପରୀକ୍ଷା ଫଳ: ପାସ୍ ହାର ୭୦.୭୮ ପ୍ରତିଶତ

କଟକ(ଓଡ଼ିଶା ରିପୋର୍ଟର): ଆଜି ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ବୋର୍ଡ କାର୍ଯ୍ୟାଳୟରେ ସକାଳ ୯ଟାରେ ପରୀକ୍ଷା ଫଳ ପ୍ରକାଶ ହୋଇଛି। ତେବେ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। A1-୧୧୮୦, A2-୯୯୩୮, B1-୨୪୯୯୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିନ ୧୧ଟାରୁ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। www.bseodisha.ac.in,www.bseodisha.nic.in।

ସେହିପରି ମଧ୍ୟମାରେ ପାସ୍ ହାର ୮୪. ୬୨ ପ୍ରତିଶତ ରହିଛି। ଏଥିରେ ୩୫୬୩ରୁ ୩୦୧୫ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା।

ପ୍ରଶ୍ନପତ୍ର ଭାଇରାଲ୍ ଓ ଓଏମ୍‌ଆର୍‌ ସିଟ୍ ଗାଏବକୁ ନେଇ ଚଳିତ ଥର ମାଟ୍ରିକ୍‌ ପରୀକ୍ଷା ଚର୍ଚ୍ଚାରେ ଥିଲା।



from Odisha Reporter http://bit.ly/2ExHjiv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages