ନାଇଜେରିଆରେ ଅପହୃତ ୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଆ ନାବିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ନାଇଜେରିଆରେ ଅପହୃତ ୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଆ ନାବିକ

ନୂଆଦିଲ୍ଲୀ: ନାଇଜେରିଆରେ କାର୍ଯ୍ୟରତ ୫ ଜଣ ଭାରତୀୟ ନାଗରିକଙ୍କୁ ଜଳଦସ୍ୟୁ ଅପହରଣ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ସେ ନାଇଜେରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତ ଅଭୟ ଠାକୁରଙ୍କୁ ଏ ବାବଦରେ ନିର୍ଦ୍ଦେଶ ଦେଇ ଅପହୃତ ନାବିକଙ୍କ ଉଦ୍ଧାର ନିଶ୍ଚିତ କରିବାକୁ କହିଛନ୍ତି। ତେବେ ଏହି ନାବିକଙ୍କ ମଧ୍ୟରେ ଜଣେ ଓଡ଼ିଆ ସୁଦୀପ କୁମାର ଚୌଧୁରୀ ମଧ୍ୟ ଅଛନ୍ତି।

ପୂର୍ବରୁ ଅପହୃତ ସୁଦୀପଙ୍କ ପତ୍ନୀ ଭାଗ୍ୟଶ୍ରୀ ଦାସ ସୁଷମା ସ୍ୱରାଜଙ୍କୁ ଏ ବିଷୟରେ ଜଣାଇଥିଲେ। ସେ କହିଥିଲେ ତାଙ୍କ ସ୍ୱାମୀ ଏମ୍‌ଟି ଆପେକସ୍‌ (ଆଇଏମ୍‌ଓ ୭୩୩୮୧୦) ଜାହାଜରୁ ଅପହୃତ ହୋଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଥିଲେ, “୧୦ ଦିନ ହେଇଗଲାଣି କୌଣସି ଖବର ନାହିଁ। ଆମେ ଆପଣଙ୍କ ଉତ୍ତରର ଅପେକ୍ଷା କରିଛୁ। ଆମର ଆପଣଙ୍କ ଉପରେ ବିଶ୍ୱାସ ଓ ଆଶା ରହିଛି। ଆମେ ନିଶ୍ଚିତ ଯେ ଆପଣ ଆମକୁ ନିରାଶ କରିବେନି।”


ସେ ଅନ୍ୟ ଏକ ଟ୍ୱିଟ୍‌ରେ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ନିୟୋଜିତ ଥିବା ଜାହାଜ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ। ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାପରେ ସହାୟତା ପାଇଁ ଏଥିରେ ସେ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଥିଲେ। ଏହାପରେ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ତୁରନ୍ତ ନାଇଜେରିଆରେ ଅବସ୍ଥାପିତ ରାଷ୍ଟ୍ରଦୂତ ଅଭୟ ଠାକୁରଙ୍କୁ ଚିଠି ଲେଖିଥିଲେ ଏବଂ ଓଡ଼ିଆ ନାବିକଙ୍କ ସମେତ ସମସ୍ତ ଭାରତୀୟ ନାବିକଙ୍କ ଉଦ୍ଧାର ନିଶ୍ଚିତ କରିବାକୁ କହିଥିଲେ।

ଏହାପରେ ରାଷ୍ଟ୍ରଦୂତ ଅଭୟ ଉତ୍ତରରେ କହିଥିଲେ, ଦୂତାବାସ ଗତ ୧୦ ଦିନ ଧରି ନାଇଜେରିଆ ନୌସେନା ଏବଂ ପୁଲିସ୍‌ ସହ ଯୋଗାଯୋଗରେ ଅଛି। ଏପରିକି ସମ୍ପୃକ୍ତ ପକ୍ଷ ବା ଅପହରଣକାରୀଙ୍କ ସହିତ ଯୋଗାଯୋଗ କରିବାର ପ୍ରୟାସ ଆରମ୍ଭ ହୋଇସାରିଥିବା ସେ ଜଣାଇଥିଲେ। ମେ ୧ ତାରିଖରେ ଭାଗ୍ୟଶ୍ରୀ ପୁଣି ଉତ୍ତର ରଖିଥିଲେ ଯେ, ୧୨ ଦିନ ହୋଇଗଲାଣି କିନ୍ତୁ କୌଣସି ଖବର ନାହିଁ।



from Odisha Reporter http://bit.ly/2Jk5tA9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages