ଫୋନି ତାଣ୍ଡବ: ପାଣି ପାଇଁ ସାଧାରଣ ଲୋକଙ୍କ ସଂଘର୍ଷ ଭିତରେ ବାବୁଙ୍କୁ ସ୍ପେଶାଲ୍ ଟ୍ରିଟ୍‌ମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ଫୋନି ତାଣ୍ଡବ: ପାଣି ପାଇଁ ସାଧାରଣ ଲୋକଙ୍କ ସଂଘର୍ଷ ଭିତରେ ବାବୁଙ୍କୁ ସ୍ପେଶାଲ୍ ଟ୍ରିଟ୍‌ମେଣ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନି ତାଣ୍ଡବ ପରଠୁ ସାରା ରାଜଧାନୀରେ ଜଳ ପାଇଁ ଯୁଦ୍ଧ ଭଳି ପରିସ୍ଥିତି। କିଏ ପାଣି ମୁନ୍ଦାଏ ପାଇଁ ରାତି ତମାମ୍ ଅନିଦ୍ରା ହେଲେଣି ତ’ ଆଉ କିଏ କିଏ ରାସ୍ତା ଉପରେ ହଙ୍ଗାମା କଲେଣି । ହେଲେ ସରକାରୀ ବାବୁଙ୍କ ପାଇଁ କିନ୍ତୁ ଚିନ୍ତା ନାହିଁ । କାରଣ ବାବୁଙ୍କ ସରକାରୀ କ୍ୱାଟର୍ସକୁ ଦିନ ରାତି ବୁହା ହେଉଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ବାତ୍ୟା ପରର ବେଦନା ଭିତରେ ବି ଚାଲିଛି ବାବୁଙ୍କ ପାଇଁ ଭିଆଇପି ଟ୍ରିଟମେଣ୍ଟ।

ଆଜିକୁ ୪ ଦିନ ବିତିଗଲାଣି। ସାଧାରଣ ଲୋକଟିଏ ପାଣି ମୁନ୍ଦାଏ ପାଇଁ ନୟାନ୍ତ ହେଉଥିବାବେଳେ ସରକାରୀ ବାବୁଙ୍କ ଘରେ କିନ୍ତୁ ଆରାମରେ ପହଞ୍ଚିବାରେ ଲାଗିଛି ଟ୍ୟାଙ୍କର ଟ୍ୟାଙ୍କର ପାଣି । ପାଣି ପାଇଁ ହାହାକାର ସ୍ଥିତି ଭିତରେ ରାଜଧାନୀରେ ଚାଲିଛି ସରକାରଙ୍କ ଭିଆଇପି ଟ୍ରିଟ୍‌ମେଣ୍ଟ। କ୍ୟାପିଟାଲ୍ ଛକରୁ ଶିଶୁ ଭବନ ଛକ ଭିତରେ ଅଧିକାଂଶ ବରିଷ୍ଠ ଆଇଏଏସ ଅଧିକାରୀ ରହୁଛନ୍ତି। ଯାହାଙ୍କ ଘରକୁ ଟ୍ୟାଙ୍କର ବୋହି ପାଣି ଯୋଗାଉଛି ଜନସ୍ୱାସ୍ଥ୍ୟ ବିଭାଗ । ସରକାରୀ କ୍ୱାଟର୍ସ ଗୁଡ଼ିକରେ ପାଣି ଅନଲୋଡ଼ କରି ଅନାୟାସରେ ଫେରିଯାଉଛି ଗାଡ଼ି।

ଏମିତି ଏ କ୍ୱାର୍ଟରରୁ ସେ କ୍ୱାର୍ଟରକୁ ବୁଲି ବୁଲି ଜନସ୍ୱାସ୍ଥ୍ୟ ବିଭାଗର ଟ୍ୟାଙ୍କର ପାଣି ଯୋଗାଇ ଚାଲିଛି । ଫୋନିବାତ୍ୟା ପରଠୁ କାହା ଘର ସମ୍ପରୁ ପାଣି ସରିଗଲାଣି ତ’ ଆଉ କାହାର ଟାଙ୍କି ଖାଲି ହୋଇପଡ଼ିଲାଣି। ଏଭଳି ସ୍ଥିତିରେ କେଉଁଠି କେଉଁଠି ଟ୍ୟୁବ୍‌ୱେଲ ବି ଅଚଳ ହୋଇପଡ଼ିଛି । ପରିଣାମ ସ୍ୱରୁପ ଲୋକଙ୍କ ପାଣି ଟାଙ୍କି ଭର୍ତ୍ତି କରିବାକୁ ରାଜଧାନୀରେ ହଜାର ହଜାର ଟଙ୍କା ଭଡ଼ା ନେଉଛନ୍ତି ଜେନେରେଟର୍ ମାଲିକ। ତା’ବି ସହଜରେ ମିଳିବା ମୁସ୍କିଲ । ତେବେ ପାଣି ମୁନ୍ଦାଏ ପାଇଁ ଜାରି ରହିଥିବା ଏଭଳି ସଂଘର୍ଷ ଆଉ ଯୁଦ୍ଧ ଭିତରେ ସରକାରୀ ବାବୁଙ୍କ ପ୍ରତି ଏ ସ୍ପେଶିଆଲ୍ ଟ୍ରିଟ୍‌ମେଣ୍ଟ ଏବେ ବିପର୍ଯ୍ୟୟ ବେଳେ ବି ଭିଆଇପି କଲ୍ଚର୍ କୁ ପ୍ରୋତ୍ସାହିତ କରୁନି କି ?



from Odisha Reporter http://bit.ly/2V6sJnx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages