ଘିମିରିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୩ଟି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଘିମିରିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୩ଟି ଟିପ୍ସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରି ଦେଉଛି।  ଆଉ ଏହି ଗରମରେ ଯେଉଁଟା ମୁଖ୍ୟ ସମସ୍ୟା ହୋଇ ଠିଆ ହୋଇଛି ସେଇଟା ହେଉଛି ଘିମିରି। ଗରମ ଦିନରେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ଆସନ୍ତୁ ତାର କିଛି ଘରୋଇ ଉପଚାର ଜାଣିବା।  

ଟି ବ୍ୟାଗ୍‌

ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ସବୁଦିନେ ପିଉଥିବା ଟି ବ୍ୟାଗ୍। ଆପଣ ବ୍ୟବହାର କରୁଥିବା ଟି ବ୍ୟାଗରୁ ଚା’ପିଇ ସାରି ଏହାକୁ ଫୋପାଡ଼ି ନଦେଇ ବ୍ୟବାହର କରନ୍ତୁ। ଏହି ଟି ବ୍ୟାଗକୁ ଫ୍ରିଜରେ ରଖି ,ଥଣ୍ଡା ହେବା ପରେ ଶରୀରର ଘିମିରି ହୋଇଥିବା ଅଂଶରେ ଲଗାଇଲେ  କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ମିଳେ ।

ନଡ଼ିଆ ତେଲ, ଅଲିଭ୍‌ ଅଏଲ୍‌

କିଛି ବୁନ୍ଦା ନଡିଆ ତେଲ ଏବଂ ଅଲିଭ ଅଏଲକୁ ମିଶାଇ ଏହି ମିଶ୍ରଣକୁ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ମଧ୍ୟରେ ଦେଖିବେ ଘିମିରି ଭଲ ହୋଇଯିବ।

ଟମାଟୋ ପେଷ୍ଟ

ଟମାଟୋର ପେଷ୍ଟ ମଧ୍ୟ ଘିମିରିକୁ ଦୂରେଇବାରେ ସାହାଯ୍ୟ କରେ। ଘିମିରି ହୋଇଥିବା ସ୍ଥାନରେ ଟମାଟ ପେଷ୍ଟ ଲଗାନ୍ତୁ ଦେଖିବେ ଘିମିରି କମିଯିବ।



from Odisha Reporter http://bit.ly/2whnLKw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages