ଚାଲୁ ଚାଲୁ ଯଦି ପାଇଯିବେ ହୀରା, ବିଶ୍ୱାସ ହେବ ତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ଚାଲୁ ଚାଲୁ ଯଦି ପାଇଯିବେ ହୀରା, ବିଶ୍ୱାସ ହେବ ତ!

ୱାଶିଂଟନ: ମୂଲ୍ୟବାନ ପଦାର୍ଥ କହିଲେ ଆମେ ହୀରାକୁ ହିଁ ବୁଝିଥାଉ। ହେଲେ ଏହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଭାବିଲେ ଯଦି ଆପଣ କେଉଁଠିକି ବୁଲି ଯାଇଥିବା ବେଳେ ପାଇଯିବେ http://bit.ly/2QomHxD ହୀରା, ବିଶ୍ୱାସ କରି ପାରିବେ ତ? ବଦଳି ଯିବ ଆପଣଙ୍କ ଭାଗ୍ୟ। ଏହାକୁ ଆପଣ ଦିବାସ୍ୱପ୍ନ ଭାବୁଥିବା ବେଳେ ସତରେ ଏହା ସମ୍ଭବ ହେଉଛି। ଆଜି ଜାଣିବା, କେଉଁଠି ସାଧାରଣ ଲୋକେ ମଧ୍ୟ ଖୋଜିକି ପାଇପାରିବେ ହୀରା, ଆଉ ହୋଇଯିବେ ମାଲାମାଲ।

ଏପରି ଏକ ଖାଦାନ ରହିଛି ଆମେରିକାର  ଆର୍କନସାସ୍‌ ରାଜ୍ୟର ପାଇକ୍‌ କାଉଣ୍ଟିର ମରଫ୍ରେଶବୋରୋରେ। ଏହା ପୁଣି ସାଧାରଣ ଲୋକଙ୍କ ପାଇଁ ଖୋଲା। ଏଠାରେ  ନ୍ୟାସନାଲ ପାର୍କ  ୩୭.୫ ଏକର  ଜମିରେ ପରିବେଷ୍ଟିତ ହୋଇଥିବା ବେଳେ ଏହାର ଉପର ଭାଗରେ ହିଁ ମିଳିଯାଏ ହୀରା। ଏଥିଲାଗି ଅଧିକା ଖୋଜାଖୋଜି କରିବାକୁ ପଡ଼ି ନଥାଏ।

୧୯୦୬ ମସିହାରୁ ହିଁ ଏଠାରେ ଡାଇମଣ୍ଡ ମିଳିବା ଆରମ୍ଭ ହୋଇଥିଲା। ସେଥିପାଇଁ ଏହାକୁ ‘ଦି କ୍ରେଟର ଅଫ୍‌ ଡାଇମଣ୍ଡସ୍‌’ ବୋଲି କୁହାଯାଏ। ମିଡିଆ ରିପୋର୍ଟ ମୁତାବକ, ୧୯୦୬ ମସିହାରେ ଏହି କ୍ଷେତର ମାଲିକ ଥିବା ବ୍ୟକ୍ତି ୨ଟି ଚମକଦାର କ୍ରିଷ୍ଟାଲ୍‌ ପାଇଥିଲେ। ଏହାକୁ ସେ ନେଇ ଯାଞ୍ଚ କରିବା ପରେ ଏହା ହୀରା ବୋଲି ଜାଣିବାକୁ ପାଇଲେ।

ଏହାପରେ ସେ ନିଜ ୨୪୩ ଏକରର ଏହି କ୍ଷେତକୁ ଏକ ଡାଇମଣ୍ଡ କମ୍ପାନୀକୁ ବହୁ ଚଢ଼ା ଦରରେ ବିକ୍ରି କରି ଦେଇଥିଲେ। ହେଲେ କିଛି ବର୍ଷ ପରେ ଏହି ଜମିରେ ହେଲା ନ୍ୟାସନାଲ ପାର୍କ। ଏଥିପାଇଁ ସେଠାକାର ସରକାର ଉକ୍ତ ଡାଇମଣ୍ଡ କମ୍ପାନୀଠାରୁ ସେହି ଜମିକୁ ଅକ୍ତିଆର କରିନେଇ ସାଧାରଣ ଲୋକଙ୍କ ଲାଗି ଖୋଲି ଦେଲେ।

ଏହା ମଧ୍ୟରେ ପ୍ରବେଶ ଲାଗି ଲୋକଙ୍କୁ ଖୁବ୍‌ କମ୍‌ ଟଙ୍କା  ଦେୟ ହିସାବରେ ଦେବାକୁ ପଡ଼ିଥାଏ। ଏପର୍ଯ୍ୟନ୍ତ ଏଠାକୁ ଆସୁଥିବା ଲୋକେ ବହୁ ଡାଇମଣ୍ଡ ପାଇ ସାରିଥିବା ଜଣାଯାଇଛି।

ନ୍ୟାସନାଲ ପାର୍କ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ,୧୯୭୨ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେଠାରୁ ୩୦ ହଜାରରୁ ଊର୍ଦ୍ଧ୍ୱ ହୀରା ମିଳି ସାରିଲାଣି। ଏଠାରୁ ଏକ ୪୦ କ୍ୟାରେଟ ହୀରା ମଧ୍ୟ ମିଳିସାରିଛି, ଯାହାକି ଖୁବ୍‌ ମୂଲ୍ୟବାନ। ଏହା ଆମେରିକାରେ ମିଳିଥିବା ସବୁଠୁ ବଡ ହୀରା । ଏଠାକୁ  ବହୁ ଲୋକ ହୀରା ଖୋଜିବାକୁ ଆସୁଥିବା ବେଳେ ସମସ୍ତଙ୍କ ଭାଗ୍ୟ କିନ୍ତୁ ସେମାନଙ୍କ ସାଥ୍‌ ଦେଇନଥାଏ।

 



from Odisha Reporter http://bit.ly/2wmo8ne

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages