
ଧର୍ମଗଡ଼(ଇଣ୍ଡିତ ପଣ୍ଡା): ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଜୟପୁର ଜାତୀୟ ରାଜପଥ ୨୬କୁ ମହିମାନେ ଅବରୋଧ କରିଛନ୍ତି।

କୋକସରା ବ୍ଲକ୍ର ଡଙ୍ଗରିଗୁଡ଼ା ଗାଁରେ ଦୀର୍ଘଦିନ ହେବ ଜଳ ସଙ୍କଟ ଲାଗି ରହିଛି। ଗାଁରେ ଥିବା ନୂଅକୂପରୁ ପାଣି ବାହାରୁ ନାହିଁ। ଏନେଇ ଗାଁ ଲୋକେ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପରେ ମଧ୍ୟ ସମାଧାନ ହୋଇପାରି ନଥିଲା। ଫଳରେ ମହିଳାମାନେ ଆଜି ସକାଳ ୭ଟାରୁ ଗରା ମାଠିଆ ଧରି ରାସ୍ତାରୋକ କରିଛନ୍ତି। ତେଣୁ ରାସ୍ତାରେ ଗାଡ଼ି ମୋଟର ଅଟକି ରହିଛି।
from Odisha Reporter http://bit.ly/2VDOBXk
No comments:
Post a Comment