ଏସ୍‌ସିଓ ସମ୍ମିଳନୀରେ ପାଖାପାଖି ବସିଲେ ପାକ୍‌ ଓ ଭାରତ ବୈଦେଶିକ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଏସ୍‌ସିଓ ସମ୍ମିଳନୀରେ ପାଖାପାଖି ବସିଲେ ପାକ୍‌ ଓ ଭାରତ ବୈଦେଶିକ ମନ୍ତ୍ରୀ

ବିଶ୍‌କେକ୍‌: ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ତାଙ୍କର ପ୍ରତିପକ୍ଷ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେସି ବଉଧବାର ଏକ ବହୁଦେଶୀୟ ବୈଠକରେ ଏକାଠି ବସିଥିବା ଦେଖିବାକୁ ମିଳିଥିଲା। ଏହି ୨ ଆଣବିକ ଶକ୍ତି ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପୁଲ୍‌ୱାମା ହମ୍‌ଲାକୁ ନେଇ ସମ୍ପର୍କ ତକ୍ତ ହେବାର ବହୁଦିନ ପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଉଭୟ ମନ୍ତ୍ରୀଙ୍କ ବ୍ୟତୀତ ସଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ) ଅଧୀନରେ ଥିବା ସମସ୍ତ ରାଷ୍ଟ୍ରର ମନ୍ତ୍ରୀମାନେ ଏଥିରେ ଯୋଗ ଦେଇଥିଲେ।

ସ୍ୱରାଜ ଏବଂ କ୍ୟୁରେସି ସଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ) ବୈଠକରେ ଯୋଗ ଦେଇଥିଲେ ଯାହାକି ୨୦୧୧ ମସିଆରେ ସଂଘାଇଠାରେ ଆୟୋଜିତ ଏକ ସମ୍ମିଳନୀରେ ଏହି ଅନୁଷ୍ଠାନ ଗଠନ କରାଯାଇଥିଲା। ରୁଷ୍‌, ଚାଇନା, କିର୍ଗିଜ୍‌, କାଜାଗ୍‌ସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଏହା ପ୍ରତିଷ୍ଠା କରିଥିଲେ।

୨୦୦୫ ଯାଏ ଭାରତ ଏଥିରେ ପର୍ଯ୍ୟବେକ୍ଷକ ଥିଲା ଏବଂ ୨୦୧୭ରେ ଏହାର ସଦସ୍ୟତା ହାସଲ କରିଥିଲା। ସୁଷମା ଏହି ବୈଠକ ପାଇଁ ଗତ ମଙ୍ଗଳବାର କିର୍ଗିଜ୍‌ର ରାଜଧାନୀ ବିଶ୍‌କେକ୍‌ରେ ପହଞ୍ଚିଥିଲେ।



from Odisha Reporter http://bit.ly/2HMuSjp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages