ପ୍ରେମିକାଙ୍କ ଘରେ ପ୍ରେମିକଙ୍କୁ ହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ପ୍ରେମିକାଙ୍କ ଘରେ ପ୍ରେମିକଙ୍କୁ ହତ୍ୟା!

ବ୍ରହ୍ମପୁର (ଜଗନ୍ନାଥ ସାହୁ): ପ୍ରେମିକଙ୍କୁ ଘରେ ପୂରାଇ ପ୍ରେମିକାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଧରାକୋଟ ଥାନା ଢଉଗାଁର ଅଲେଖ ନାହାକ ଗାଁରେ ଚାଲିଥିବା ଯାତ୍ରା ଦେଖିବା ପାଇଁ ଜେଜେବାପାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ୭ରୁ ୮ ଜଣ ଯୁବକ ତାଙ୍କୁ ପ୍ରେମିକାଙ୍କ ଘରକୁ ଟେକି ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରିଦେଇ ଥିବା ଅଲେଖଙ୍କ ବାପା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଶୁଣିବାକୁ ମିଳୁଛି, ଅଲେଖ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ସେ ଆଜି ତାଙ୍କ ପ୍ରେମିକାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରର ପଛପଟକୁ ଯାଇଥିଲେ। ଏ ସମ୍ପର୍କରେ ପ୍ରେମିକାଙ୍କ ପରିବାର ଲୋକେ ଜାଣିପାରି ତାଙ୍କୁ ଉଠାଇ ଆଣିବା ପରେ ଘରେ ପୂରାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଆସିକା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।



from Odisha Reporter http://bit.ly/2JDTsqg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages