ସୌରାଷ୍ଟ୍ର ପ୍ରିମିୟର ଲିଗ୍‌ ଖେଳିବେ ପୂଜାରା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ସୌରାଷ୍ଟ୍ର ପ୍ରିମିୟର ଲିଗ୍‌ ଖେଳିବେ ପୂଜାରା!

ରାଜକୋଟ୍‌: ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ଏବେ କ୍ରିକେଟର ସବୁଠାରୁ ଛୋଟିଆ ଫର୍ମାଟ ଟି-୨୦ରେ ଦେଖିବାକୁ ମିଳିପାରେ। ପୂଜାରାଙ୍କ ପାଖରେ ମେ ୧୪ରୁ ଆରମ୍ଭ ହେଉଥିବା ସୌରାଷ୍ଟ୍ର ପ୍ରିମିୟର ଲିଗ୍‌ର ପ୍ରଥମ ସଂସ୍କରଣରେ ଖେଳିବାର ସୁଯୋଗ ରହିଛି।

ଟେଷ୍ଟ ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ପୂଜାରା ପୂର୍ବରୁ ଡିୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଏହା ପ୍ରତିବର୍ଷ ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଅନୁଷ୍ଠିତ ହୋଇଥାଏ। ପୂଜାରା ସୌରାଷ୍ଟ୍ର ପ୍ରିମୟର ଲିଗ ଖେଳିବେ ବୋଲି ଆଜି ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଘୋଷଣା କରାଯାଇଛି।

ଏହି ପ୍ରିମିୟର ଲିଗ୍‌ରେ ୫ଟି ଟିମ୍‌ ଭାଗ ନେବେ। ଏବେ ପୂଜାରାଙ୍କୁ କେଉଁ ଦଳ ନେବେ, ତାହା ସେମାନଙ୍କ ଉପରେ ନିର୍ଭର କରେ। ଗୁରୁବାର ପୂଜାରା କେଉଁ ଟିମ୍‌ ପକ୍ଷରୁ ଖେଳିବେ, ତାହା ସ୍ପଷ୍ଟ ହେବ। ପୂର୍ବରୁ ପୂଜାରା ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା କାଉଣ୍ଟି କ୍ରିକେଟ୍‌ରେ ଭାଗ ନେବାର ଥିଲା। ତେଣୁ ସେ ସୌରାଷ୍ଟ୍ର ପ୍ରିମିୟର ଲିଗ୍‌ରେ ସେ ଭାଗ ନେବେ କି ନାହିଁ ସନ୍ଦେହ ପ୍ରକାଶ ପାଇଥିଲା। କିନ୍ତୁ ଏବେ ଏହି ସମସ୍ୟା ଦୂର ହୋଇଯାଇଛି।



from Odisha Reporter http://bit.ly/2JoYcit

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages