
ବାରାଣସୀ: ପ୍ରଧାନମନ୍ତ୍ରୀ ପୋଷ୍ୟ ଗାଁ କରିଥିବା ବାରାଣସୀ ଜିଲ୍ଲାର କକରହିୟାରେ ବିରୋଧୀ ଦଳଙ୍କୁ ପ୍ରବେଶ ମନା। ଏକ ପୋଷ୍ଟର ଜରିଆରେ ଗ୍ରାମବାସୀ ବିରୋଧୀ, ମୁଖ୍ୟତଃ ଚୌକିଦାରଙ୍କୁ ‘ଚୋର’ କହୁଥିବା ଦଳ ଓ ବ୍ୟକ୍ତିଙ୍କୁ କକରହିୟାରେ ପ୍ରବେଶ କରାଇ ଦେବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସପ୍ତମ ତଥା ଚଳିତ ପର୍ଯ୍ୟାୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର। ବାରାଣସୀ ଲୋକସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ଏହି ଆସନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାରୁ ଅନେକ ଏଠାରେ ପ୍ରାର୍ଥୀ ହୋଇଛନ୍ତି। ତେବେ ପ୍ରଚାର ପାଇଁ କକରହିୟା ଗାଁକୁ ଯିବା ପାଇଁ ବିଜେପି ବ୍ୟତୀତ ଅନ୍ୟ ଦଳକୁ ଗ୍ରାମବାସୀ ମନା କରିଛନ୍ତି ପୋଷ୍ଟର ଜରିଆରେ।
କକରହିୟା ଗାଁର ସ୍ଥାନୀୟ ବାସିନ୍ଦା କାର୍ତ୍ତିକ କଶ୍ୟପ କହିଛନ୍ତି ଆଦର୍ଶ ଗ୍ରାମ ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ତାଙ୍କ ଗାଁକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରିଥିଲେ। ଏହାପରେ ତାଙ୍କ ଗାଁରେ ରାସ୍ତା, ବିଜୁଳି, ପାଣି ଆଦି ଅନେକ କ୍ଷେତ୍ରରେ ବିକାଶ ହୋଇଛି। ତେଣୁ ତାଙ୍କ ପାଇଁ ମୋଦି ହିଁ ସବୁକିଛି ବୋଲି ସେ କହିଛନ୍ତି।
ଯେଉଁମାନେ ‘ଚୌକିଦାର’ଙ୍କୁ ‘ଚୋର’ ବୋଲି କହୁଛନ୍ତି ସେମାନେ ନିଜେ ‘ଚୋର’। ଆମେ ସମସ୍ତେ ‘ଚୌକିଦାର’ ବୋଲି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ରାମୁ ଲାଲ କହିଛନ୍ତି। ତେବେ ଏହି କକରହିୟା ଗାଁରେ ଏସପି-ବିଏସପି ମେଣ୍ଟ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ମଧ୍ୟ ପ୍ରଚାର କରିନଥିବା ସୂଚନା ରହିଛି।
ତେବେ କକରହିୟା ଗ୍ରାମବାସୀଙ୍କ ପୋଷ୍ଟର ପରି ଜୟପୁର ଗାଁରେ ମଧ୍ୟ ସମାନ ପୋଷ୍ଟର ବିରୋଧୀଙ୍କ ଉଦ୍ଦେଶ୍ୟରେ ମରାଯାଇଛି। ଏହି ଗାଁକୁ ପ୍ରଧାନମନ୍ତ୍ରୀ ପ୍ରଥମେ ଆଦର୍ଶ ଗ୍ରାମ ଯୋଜନା ଅଧିନରେ ପ୍ରଥମେ ଗ୍ରହଣ କରିଥିଲେ।
from Odisha Reporter http://bit.ly/2J8aooy
No comments:
Post a Comment