‘ଫୋନି’ କେତେ ବଡ଼ ବାତ୍ୟା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

‘ଫୋନି’ କେତେ ବଡ଼ ବାତ୍ୟା?

rain

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଏହା ଆସନ୍ତାକାଲି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ପୁରୀ ପାଖାପାଖି କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍ କରିପାରେ। ଏହାର ପ୍ରଭାବରେ ଆଜି ସନ୍ଧ୍ୟାଠାରୁ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବା ଆସନ୍ତାକାଲି ଅନେକ ସ୍ଥାନରେ ପ୍ରବଳ ଓ ଅତି ପ୍ରବଳ ବର୍ଷା ହୋଇପାରେ। ତା’ସାଙ୍ଗକୁ ଜୋରରେ ପବନ ବହିପାରେ। ଯେଉଁ ସ୍ଥାନରେ ଏହା ଲ୍ୟାଣ୍ଡଫଲ୍ କରିବ ସେଠାରେ ପବନ ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ଏବଂ ବେଳେ ବେଳେ ୨୦୦ କିମି ରହିବ। ସେହିଭଳି ଉପକୂଳ ବର୍ତ୍ତୀ ଅନେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ଆରମ୍ଭ କରି ୧୫୦ କିମି ପର୍ଯ୍ୟନ୍ତ ରହିପାରେ। ତେବେ ଏବେ ଆଲୋଚନା ଚାଲିଛି, ‘ଫୋନି’ କେତେ ବଡ଼ ବାତ୍ୟା? ୧୯୯୯ର ମହାବାତ୍ୟା, ୨୦୧୩ର ‘ଫାଇଲିନ୍’, ୨୦୧୪ର ‘ହୁଡ୍‌ଡୁଡ୍‌’ ଓ ୨୦୧୮ର ‘ତିତ୍‌ଲି’ ମଧ୍ୟରୁ ଏହା କାହା ସହିତ ତୁଳନୀୟ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।

ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ‘ଫୋନି’ ୧୯୯୯ ମହାବାତ୍ୟାଠାରୁ ଯଥେଷ୍ଟ ଛୋଟ ହେବ। ଏହା ‘ତିତ୍‌ଲି’ ଠାରୁ ବଡ଼ ଓ ‘ଫାଇଲିନ୍‌’ଠାରୁ ଛୋଟ ଧରଣର ହେବ। ଏହାର ପ୍ରକୋପ ହୁଡ୍‌ହୁଡ୍‌ ସହିତ ସମାନ ରହିବ।

ସେ କହିଛନ୍ତି, ‘ଫୋନି’ ଆସନ୍ତାକାଲି ଅପରାହ୍ଣରେ ପୁରୀ ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ
ପବନର ବେଗ ଘଣ୍ଟାପ୍ରତି ୧୭୦ରୁ ୧୮୦ କିମି ରହିବ। ସ୍ଥଳ ବିଶେଷରେ ଏହା ୨୦୦ କିମି ଛୁଇଁବ। ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପବନ ପ୍ରକୋପ ବେଶୀ ରହିବ।

ସେ ଆହୁରି କହିଛନ୍ତି, ଆଜି ବର୍ଷା ଆରମ୍ଭ ହୋଇଯିବ। କାଲି ପବନ ସହ ପ୍ରବଳ ବର୍ଷା ହେବ। ୪ ତାରିଖ ସକାଳ ସୁଦ୍ଧା ଓଡ଼ିଶାରେ ପବନ ବେଗ କମିଯିବ। କେବଳ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ଓ ପବନ ଲାଗି ରହିବ।



from Odisha Reporter http://bit.ly/2UPSmc0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages