
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଆଜି ଢ଼େଙ୍କାନାଳ ଜିଲ୍ଲାରେ ଦୁଇ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟି ଚାରିଟି ଜୀବନ ଯାଇଛି। ସାବିତ୍ରୀ ଭାର ଦେଇ ବାଇକରେ ଫେରୁଥିବା ବେଳେ ଦୁଇ ଜଣଙ୍କୁ ପିଟିଦେଲା ଟ୍ରକ୍। ରାସ୍ତାରେ ଚାଲିଗଲା ଦୁଇ ଜୀବନ। ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ଆଉ ଦୁଇ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ବାଲି ବୋଝେଇ ଟ୍ରକ।
ରାଧାଦେଈପୁର ଗାଁର ଇତିଶ୍ରୀ ରାଉତ ଓ ଘରିଆ ଗାଁର ଅମର ଜ୍ୟୋତି ସ୍ୱାଇଁ ସାବିତ୍ରୀ ଭାର ଦେଇ ଫେରୁଥିଲେ। କଣ୍ଟାନାଳି ବାଇପାସ୍ ନିକଟରେ ସେମାନଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଇତିଶ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅମର ଜ୍ୟୋତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ଅନ୍ୟ ଏକ ଦୁର୍ଘଟଣା ଟାଉନ୍ ଥାନା ଅନ୍ତର୍ଗତ ଭଗବାନପୁର ଗାଁରେ ଘଟିଛି। ଗାଁର ଚିନା ବେହେରା ଓ ଶାନ୍ତି ସାହୁ ଘର ଆଗରେ ବସି କଥାବାର୍ତ୍ତା ହେଉଥିଲେ। ଠିକ୍ ଏତିକି ବେଳେ ଏକ ବାଲି ବୋଝେଇ ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
from Odisha Reporter http://bit.ly/2EzwtIs
No comments:
Post a Comment