
ଇସ୍ଲାମାବାଦ୍: ଗୋଟିଏ ଗାଈକୁ ବାଇକ୍ର ଟାଙ୍କି ଉପରେ ବସାଇ ଜଣେ ବ୍ୟକ୍ତି ଯାଉଥିବା ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ଏମିତି ଏକ ମଜାଳିଆ ଘଟଣା ପାକିସ୍ତାନରେ ଘଟିଛି। ବ୍ୟକ୍ତି ଜଣଙ୍କ ଗାଈଟିକୁ ବାଇକ୍ର ଆଗରେ ବସାଇଥିଲେ ହେଁ ବେଶ ଆରାମରେ ଗାଡ଼ି ଚଲାଉଥିଲେ। ଗାଈଟି ମଧ୍ୟ ଶାନ୍ତ ଭାବରେ ବାଇକରେ ବସି ରହିଥିଲା। ଗାଈଟିର ମୁହଁ ଦେଖାଯାଉଥିବା ବେଳେ ଏହାର ଶରୀରର ଧୂସର ରଙ୍ଗର କପଡ଼ାରେ ଘୋଡ଼ା ଯାଇଛି। ଏହି ପୂରା ଘଟଣାକୁ ସେହି ରାସ୍ତାରେ ଯାଉଥିବା ଅନ୍ୟ ଜଣେ ବାଇକ୍ ଚାଳକ ମୋବାଇଲ୍ରେ କଏଦ କରି ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ। ୨୮ ସେକେଣ୍ଡର ଏହି ଭିଡିଓରେ ଶୁଟିଂ କରୁଥିବା ବ୍ୟକ୍ତି ଜଣଙ୍କ “କମାଲ ହୈ, ପାକିସ୍ତାନୀ କା ଜୁଗାଡ଼ ହୈ’ କହୁଥିବାର ଶୁଣିବାକୁ ମିଳୁଛି।
ଏହାକୁ ଏକାଧିକ ଲୋକ ସୋଶାଲ୍ ମିଡିଆରେ ଶେୟାର କରିବାରେ ଲାଗିଛନ୍ତି।
ଦେଖନ୍ତୁ ଭିଡିଓ
from Odisha Reporter http://bit.ly/2wkfZ2D
No comments:
Post a Comment