କଂଗ୍ରେସ ବଞ୍ଚାଇବା ପାଇଁ କେଉଁ ତରିକା ଆପଣାଇବେ ରାହୁଲ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

କଂଗ୍ରେସ ବଞ୍ଚାଇବା ପାଇଁ କେଉଁ ତରିକା ଆପଣାଇବେ ରାହୁଲ?

ନୂଆଦିଲ୍ଲୀ: କଂଗ୍ରେସରେ ନେତୃତ୍ୱକୁ ନେଇ ଲାଗିରହିଥିବା ସଂକଟ ଅଧ୍ୟକ୍ଷ ରାହୁଲ ଗାନ୍ଧି କପରି ସମାଧାନ କରିବେ ତା’କୁ ନେଇ ଚର୍ଚ୍ଚା ଲାଗିରହିଛି। ସାଧାରଣ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ କଂଗ୍ରେସ ୱାର୍କିଂ କମିଟିକୁ ଇସ୍ତଫାପତ୍ର ଦେଇଥିଲେ। କିନ୍ତୁ କମିଟି ତାହା ଗ୍ରହଣ ନକରିଥିଲେ ମଧ୍ୟ ରାହୁଲ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଯଦି ଏପରି ହୁଏ ବହୁଦିନ ପରେ ଜଣେ କେହି ଜଣେ ଗାନ୍ଧି-ନେହରୁ ପରିବାର ବାହାରୁ କଂଗ୍ରେସ ଅଧ୍ୟକ୍ଷ ହେବେ। ଏପରି ଠିକ୍‌ ସେହି ସମୟରେ ହେବ ଯେତେବେଳେ ଏହି ପରିବାରର ସବୁଠାରୁ ଅଧିକ ସଦସ୍ୟ କଂଗ୍ରେସରେ ସକ୍ରିୟ ସଦସ୍ୟ ଅଛନ୍ତି। ପ୍ରଶ୍ନ ଉଠୁଛି ଏବେ କେଉଁ ଦାୟିତ୍ୱ ନେଇପାରନ୍ତି ରାହୁଲ?

କାର୍ଯ୍ୟକାରୀ ସଭାପତି
ଭାରତର ସର୍ବପୂରାତନ ଦଳ କଂଗ୍ରେସର ଏହି ସଂକଟରେ ସମାଧାନ ପାଇଁ ଅତୀତର ଉଦାହରଣ ନିଆଯାଇପାରିବ। କାର୍ଯ୍ୟକାରୀ ସଭାପତି ପଦବୀ ସୃଷ୍ଟି କରାଯାଇପାରିବ ଯେକି ସଭାପତିଙ୍କ ସହ ସବୁ ସମୟରେ ପ୍ରତିଟି କ୍ଷେତ୍ରରେ ଯୋଡ଼ି ହୋଇରହିବେ। ପୂର୍ବରୁ ରାହୁଲ ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ପାଇଁ କାର୍ଯ୍ୟକାରୀ ସଭାପତି ପଦ ସୃଷ୍ଟି କରି ସଂଗଠନ ମଜଭୁତ କରିବାର ପ୍ରୟାସ କରିସାରିଛନ୍ତି। ପୂର୍ବରୁ ଇନ୍ଦିରା ଗାନ୍ଧି ମଧ୍ୟ ବରିଷ୍ଠ କଂଗ୍ରେସ ନେତା କମଳାପତି ତ୍ରିପାଠୀଙ୍କୁ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଦେଇଥିଲେ।

ସଭାପତିମଣ୍ଡଳର ମଧ୍ୟ ବିକଳ୍ପ ରହିଛି। ଅର୍ଥାତ ରାହୁଲଙ୍କ ବ୍ୟତୀତ ଯଦି ଗୋଟିଏ ନାଁ ସ୍ଥିର କରାଯାଇନପାରିଲା, ଦଳୀୟ ସମ୍ବିଧାନରେ ପରିବର୍ତ୍ତନ କରି ଏହି ବ୍ୟବସ୍ଥା କରାଯାଇପାରିବ। ଏହାଫଳରେ ଉଭୟ ବରିଷ୍ଠ ଓ କନିଷ୍ଠଙ୍କ ଟିମ୍‌ ଦଳ ଚଲାଇବ।

ଅନ୍ୟପକ୍ଷରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି ତାହା ହେଉଛି ଦଳ ଯଦି ତାଙ୍କୁ ମନାଇବାରେ ସଫଳ ହୁଏ। ୧୯୯୯ ମସିହାରେ ଶରଦ ପାୱାର ଗୋଷ୍ଠୀ ତାଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇବା ପରେ ସେ ଇସ୍ତଫା ଦେବାକୁ କହିଆସୁଥିଲେ। କିନ୍ତୁ ତାଙ୍କ ଦଳର କାର୍ଯ୍ୟନିର୍ବାହୀ କମିଟି ତାଙ୍କୁ ପଦ ନଛାଡ଼ିବାକୁ ବୁଝାଇଥିଲା। ସେ ୨୦୧୭ ମସିହା ଯାଏ ଏହି ଦାୟିତ୍ୱ ତୁଲାଇଥିଲେ ଏବଂ ପରେ ଦଳରେ ସାମଗ୍ରୀକ ପରିବର୍ତ୍ତନ ଅଣାଯାଇଥିଲା। ଏଥିସହିତ ରାହୁଲ ଗାନ୍ଧି ଏହି ଦାୟିତ୍ୱ ନେଇଥିଲେ।



from Odisha Reporter http://bit.ly/2I7XG61

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages