ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ କାହାର କ’ଣ ଶକ୍ତି ଓ ଦୁର୍ବଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ କାହାର କ’ଣ ଶକ୍ତି ଓ ଦୁର୍ବଳତା

ଲଣ୍ଡନ୍‌: ଆସନ୍ତାକାଲି କ୍ରିକେଟ୍‌ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ଓ ବିଶ୍ୱକପ୍‌ ଜିତିବାର ପ୍ରବଳ ଦାବିଦାର ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବ। କ୍ରିକେଟ୍ ସମୀକ୍ଷକଙ୍କ ମତରେ ଦକ୍ଷିଣ ଆଫ୍ରିକା ତୁଳନାରେ ଇଂଲଣ୍ଡ ଟିମ୍ ଅଧିକ ସନ୍ତୁଳିତ। ଏଭଳି ସ୍ଥିତିରେ ଘରୋଇ ଟିମର ବିଜୟ ସମ୍ଭାବନା ଅଧିକ। ତେବେ ବିଶ୍ୱକପରେ ଉଭୟ ଦଳର ରେକର୍ଡ ବରାବର ରହିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୬ଟି ମ୍ୟାଚରୁ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ତିନୋଟି ଲେଖାଏ ବିଜୟ ହାସଲ କରିଛନ୍ତି ।

ସେହିପରି ଓଭର ଅଲ ଦେଖିବାକୁ ଗଲେ, ଉଭୟ ଟିମ୍ ଏଯାଏ ୫୬ ମ୍ୟାଚ୍ ଖେଳିଛନ୍ତି। ଏଥିରୁ ଦକ୍ଷିଣ ଆଫ୍ରିକା ୨୯ ଓ ଇଂଲଣ୍ଡ ୨୬ଟିରେ ବିଜୟୀ ହୋଇଛି ।

ଏବେ ଆସନ୍ତୁ ଜାଣିବା କେଉଁ ଟିମର ଦୁର୍ବଳତା ଓ ଶକ୍ତି କ’ଣ 

ଇଂଲଣ୍ଡ

ଦିନିକିଆ ରାଙ୍କିଙ୍ଗ୍- ୧
ଅଧିନାୟକ- ଇଆନ୍ ମୋର୍ଗାନ୍
ବିଶ୍ୱକପ୍ ପ୍ରଦର୍ଶନ- ଏଯାଏ ଚାମ୍ପିଅନ୍ ହୋଇନାହିଁ। ୧୯୭୯, ୧୯୮୭ ଓ ୧୯୯୨ରେ ଫାଇନାଲରେ ପହଞ୍ଚିଥିଲେ ହେଁ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।

ଇଂଲଣ୍ଡର ଶକ୍ତି କ’ଣ
୧- ଉଭୟ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ
୨- ଗତ ତିନିବର୍ଷରେ ମୋର୍ଗାନଙ୍କ ଏହି ଟିମ୍ ଦମଦାର ପ୍ରଦର୍ଶନ କରିଛି
୩- ଆୟୋଜକ ଟିମ୍ ଭାବେ ଘରୋଇ ଦର୍ଶକଙ୍କ ସମର୍ଥନ ମିଳିବ। ଏହାଛଡ଼ା ଟିମକୁ ଘରୋଇ ୱିକେଟ୍ ଓ ପାଣିପାଗର ଫାଇଦା ମିଳିବ ।
୪-  ଟିମରେ ଜନ୍ନି ବେୟାରଷ୍ଟୋ, ଜେସନ ରୟ, ମୋର୍ଗାନ, ୱିକେଟକିପର ବ୍ୟାଟ୍ସମ୍ୟାନ୍ ଜୋଶ ବଟଲରଙ୍କ ଭଳି ମ୍ୟାଚ୍ ୱିନର୍‌ ଅଛନ୍ତି । ବେନ୍ ଷ୍ଟୋକ୍ସ ଓ ମୋଇନ୍ ଅଲୀଙ୍କ ଭଳି ଅଲରାଉଣ୍ଡର ଟିମକୁ ଅଧିକ ମଜଭୁତ୍ କରିବ।
୫- ବୋଲିଂରେ ଜୋଫ୍ରା ଆର୍ଚରଙ୍କ ଉପସ୍ଥିତି ଟିମକୁ ଶକ୍ତିଶାଳୀ କରାଇଛି । କ୍ରିସ ଓକ୍ସ, ଲିଆମ୍ ପ୍ଲଙ୍କେଟଙ୍କ ବ୍ୟତୀତ ସ୍ପିନର ଆଦିଲ ରଶିଦ୍ ମଧ୍ୟ ଦମଦାର ପ୍ରଦର୍ଶନ କରିବାରେ ସକ୍ଷମ।

ଟିମର ଦୁର୍ବଳତା

୧- ନିର୍ଣ୍ଣାୟକ ସମୟରେ ଟିମର ପ୍ରଦର୍ଶନ ବିଗିଡ଼ି ଯାଇଥାଏ। ଅଧିକାଂଶ ବ୍ୟାଟ୍ସମ୍ୟାନ୍ ଆକ୍ରମଣାତ୍ମକ। ଜୋ ରୁଟଙ୍କ ବ୍ୟତୀତ କ୍ରିଜରେ ତିଷ୍ଟିଲା ଭଳି ବ୍ୟାଟ୍ସମ୍ୟାନ୍ କେହି ନାହାନ୍ତି।
୨- ରିଷ୍ଟ ସ୍ପିନରଙ୍କୁ ଖେଳିବା ମାମଲାରେ ସାମାନ୍ୟ ଦୁର୍ବଳ। ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର ବ୍ୟାଟ୍ସମ୍ୟାନଙ୍କ କଠିନ ପରୀକ୍ଷା ନେଇପାରନ୍ତି ।

ଦକ୍ଷିଣ ଆଫ୍ରିକା ଟିମ୍

ଦିନିକିଆ ରାଙ୍କିଙ୍ଗ୍- ୩
ଅଧିନାୟକ- ଫାଫ୍ ଡୁ’ପ୍ଲେସିସ୍
ବିଶ୍ୱକପ୍ ପ୍ରଦର୍ଶନ- ଏପର‌୍ୟ୍ୟନ୍ତ ଚାମ୍ପିଅନ୍ ହୋଇନାହିଁ। ୧୯୯୨, ୧୯୯୯, ୨୦୦୭ ଓ ୨୦୧୫ରେ ସେମିଫାଇନାଲରେ ପହଞ୍ଚିଥିଲା ।

ଦକ୍ଷିଣ ଆଫ୍ରିକାର ଶକ୍ତି କ’ଣ

୧- ଟିମରେ ଫାଫ୍ ଡୁ’ପ୍ଲେସିସ୍, ହାଶିମ୍ ଆମଲା, ଡେଭିଡ୍ ମିଲର ଓ କ୍ୱିଣ୍ଟନ ଡି’କକଙ୍କ ଭଳି ମଜଭୁତ୍ ବ୍ୟାଟ୍ସମ୍ୟାନ୍ ଅଛନ୍ତି
୨- ଦଳର ପେସ୍ ଆକ୍ରମଣ ମଜଭୁତ୍। ୟର୍କର ପକାଇବାରେ ମାହିର୍ କାଗିସୋ ରବାଡ଼ାଙ୍କୁ ଲୁଙ୍ଗି ଏନଗିଡ଼ି ଓ ଆଣ୍ଡିଲେ ଫେଲୁକୱାୟୋ ଭଳି ଖେଳାଳି ସହଯୋଗ କରିବେ ।
୩- ଜେପି ଡୁମିନି, କ୍ରିସ୍ ମୋରିସ ଓ ଫେଲୁକୱାୟୋଙ୍କ ଭଳି ଅଲରାଉଣ୍ଡରଙ୍କ ଉପସ୍ଥିତି ଟିମକୁ ସନ୍ତୁଳିତ କରିଛି ।
୪- ମିଲର ଓ ଡି’କକଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଏକାକୀ ମ୍ୟାଚର ଗତିପଥ ବଦଳାଇବାର ଦକ୍ଷତା ରଖିଛନ୍ତି
୫- ତାହିର ଓ ତାବରେଜ୍ ଶାମସୀଙ୍କ ଭଳି ଚମତ୍କାର ରିଷ୍ଟ ସ୍ପିନର ଟିମର ଅନ୍ୟତମ ଶକ୍ତି

ଦୁର୍ବଳତା
୧-ବଡ଼ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିପାରେ ନାହିଁ । ‘ଚୋକର୍ସ’ କଳଙ୍କ ହଟାଇବା ମୁଖ୍ୟ ଚ୍ୟାଲେଞ୍ଜ ହେବ
୨- ଏବି ଡି’ଭିଲିୟର୍ସଙ୍କ ସନ୍ନ୍ୟାସ ନେବା ପରେ ଟିମର ବ୍ୟାଟିଂ ଦୁର୍ବଳ ହୋଇଛି
୩- ପ୍ରମୁଖ ପେସ୍ ବୋଲର ଡେଲ୍ ଷ୍ଟେନ ଲଗାତାର ଆହତ ହେବା, ଟିମ ପାଇଁ ମୁଖ୍ୟ ଚିନ୍ତାର ବିଷୟ



from Odisha Reporter http://bit.ly/2QvPbFF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages