
ବାରଣାସୀ: ଉତ୍ତର ପ୍ରଦେଶ ବାରଣାସୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ଆଜି ନିଜ ସଂସଦୀୟ କ୍ଷେତ୍ରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ଏଥିପାଇଁ ସମଗ୍ର ବାରଣାସୀ ମୋଦିଙ୍କ ପୋଷ୍ଟରରେ ଛାଇଯାଇଛି। ନିଜ ସାଂସଦ ତଥା ଦେଶର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବାରଣାସୀବାସୀ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ଜଣାପଡ଼ିଛି।
ପ୍ରଥମେ କାଶୀ ବିଶ୍ୱନାଥ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିବେ ବୋଲି ଜଣାପଡ଼ିଛି। ଏହାପରେ ମା ଗଙ୍ଗାଙ୍କ ଆରାଧନା କରିବାର କାର୍ଯ୍ୟକ୍ରମ ରହିଛି। କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ଏହି ଅବସରରେ କହିଛନ୍ତି ଯେ ତାଙ୍କ ସାଂସଦ ତଥା ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭଗବାନ ଶିବ ଏବଂ ମା ଗଙ୍ଗା ଗ୍ରହଣ କରିଛନ୍ତି। ସେଥିପାଇଁ ବିପୁଳ ଆସନରେ ତାଙ୍କ ନେତୃତ୍ୱାଧୀନ ଦଳ ବିଜୟୀ ଲାଭ କରିଛି।
ପୂଜାର୍ଚ୍ଚନା କରି ସାରିବା ପରେ ବାରଣାସୀରେ ପ୍ରଧାନମନ୍ତ୍ରୀ ଏକ ରୋଡ଼ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିଜେପି କର୍ମୀ ଓ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପିଏମ ମୋଦି ଉଦବୋଧନ ଦେବେ ବୋଲି ଜଣାପଡ଼ିଛି।
ଗତକାଲି ପ୍ରଧାନମନ୍ତ୍ରୀ ମୋଦି ନିଜ ରାଜ୍ୟ ଗୁଜରାଟକୁ ଯାଇଥିଲେ। ସେଠାରେ ଗୁଜରଟବାସୀ ଉଭୟ ମୋଦି ଏବଂ ଅମିତ ଶାହଙ୍କୁ ଜୋରଦାର ସ୍ୱାଗତ କରିଥିଲେ। ଏହାପରେ ତାଙ୍କ ମାଆ ହୀରା ବେନଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇଥିଲେ। ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଭାବରେ ମୋଦି ଦ୍ୱିତୀୟ ଥର ଶପଥ ନେବାର କାର୍ଯ୍ୟକ୍ରମ ରହିଛି।
from Odisha Reporter http://bit.ly/30L3H1d
No comments:
Post a Comment