
ଭୋପାଲ: ଶ୍ରୀଲଙ୍କାରେ ବୁର୍ଖା ଉପରେ ପ୍ରତିବନ୍ଧକ ଲାଗିବା ପରେ ଭାରତରେ ଏବେ ସମାନ ନୀତି ଆପଣେଇବା ପାଇଁ ଦାବି କରିଛି ଏନଡ଼ିଏର ସହଯୋଗୀ ଦଳ ଶିବସେନା। ନିଜଡ ଦଳ ଦ୍ୱାରା ପରିଚାଳିତ ହେଉଥିବା ‘ସାମ୍ନା’ ଖବରକାଗଜ ଜରିଆରେ ଦେଶର ସୁରକ୍ଷା ଦୃଷ୍ଟିରୁ ବୁର୍ଖା ବନ୍ଦ ହେବା ଦରକାର ବୋଲି ଦାବି କରିଛି ଶିବସେନା।
ଯାହାର ପ୍ରତିକ୍ରିୟା ରଖିଛନ୍ତି ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର। ଦେଶର ସୁରକ୍ଷା ପାଇଁ ଯଦି ବୁର୍ଖା ପିନ୍ଧିବା ଉପରେ ରୋକ ଲାଗିବ, ତାହେଲେ ଓଢ଼ଣୀ ଉପରେ ବି ପ୍ରତିବନ୍ଧକ ଲାଗିବା ଦରକାର। ଯଦି ଦେଶରେ ବୁର୍ଖା ବାରଣ ପାଇଁ ଆଇନ ଆସିବ ତାହେଲେ ମୋର କିଛି କହିବାର ନାହିଁ। ରାଜସ୍ଥାନରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବେଳେ ଓଢ଼ଣୀ ବ୍ୟାନ ଉପରେ ସରକାର ପଦକ୍ଷେପ ନେବା ଦରକାର ଥିଲା ବୋଲି ବଲିଉଡର ଏହି ଭେଟେରାନ କହିଛନ୍ତି । ଉଭୟ ବୁର୍ଖା ଓ ଓଢ଼ଣୀ ବ୍ୟାନ ହେବା ପରେ ମୋତେ ଖୁସି ଲାଗିବ ବୋଲି ଜାଭେଦ ଅଖତର ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି।
ମୁସଲିମ୍ ଦେଶ ଭାବେ ପରିଗଣିତ ଇରାକରେ ମଧ୍ୟ ମହିଳାମାନେ ବୁର୍ଖା ପିନ୍ଧୁ ନାହାନ୍ତି ଏବେ ସମାନ ନୀତି ଶ୍ରୀଲଙ୍କା ସରକାର ଆପଣେଇଛି ବୋଲି ଜାଭେଦ ଅଖତର କହିଛନ୍ତି।
ସୂଚନାଯୋଗ୍ୟ ନିକଟରେ ଶ୍ରୀଲଙ୍କାରେ ଇଷ୍ଟରପର୍ବ ଚାଲିଥିବା ବେଳେ ଆଇଏସଆଇଏସ ଆସି ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିଥିଲା। ଯେଉଁଥିରେ ୩୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀ ମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବା ବେଳେ ବୁର୍ଖା, ମାସ୍କ ଆଦି ବ୍ୟବହାର କରୁଥିବା ନଜିର ରହିଛି, ତେଣୁ ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ବୁର୍ଖା ବ୍ୟାନ ହେବା ଦରକାର ବୋଲି ‘ସାମ୍ନା’ ଖବର କାଗଜରେ ପ୍ରକାଶ ପାଇଥିଲା।
from Odisha Reporter http://bit.ly/2PIDf3b
No comments:
Post a Comment