ପୁରୀରେ ଲ୍ୟାଣ୍ଡଫଲ୍‌ କଲା ‘ଫୋନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ପୁରୀରେ ଲ୍ୟାଣ୍ଡଫଲ୍‌ କଲା ‘ଫୋନି’

puri1

ଭୁବନେଶ୍ୱର(ଓଡ଼ିଶା ରିର୍ପୋଟର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀ ସହର ନିକଟରେ ଲ୍ୟାଣ୍ଡଫଲ୍ କରିଛି। ଲ୍ୟାଣ୍ଡଫଲ୍ ବେଳେ ଏଠାରେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ରହିଛି। ଜୋରରେ ବର୍ଷା ମଧ୍ୟ ହେଉଛି। ଏଭଳି ସ୍ଥିତି ଆହୁରି ୪/୫ ଘଣ୍ଟା ପର୍ଯ୍ୟନ୍ତ ରହିପାରେ।

‘ଫୋନି’ ପ୍ରଭାବରେ ପୁରୀରେ ଭାରି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ବହୁ ଗଛ ଭାଙ୍ଗି ପଡ଼ିଥିବା ସୂଚନା ଆସିଛି। ପୁରୀ ସହରରେ ବି ଅନେକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।

ପୁରୀରେ ସମୁଦ୍ର ପୂରା ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସୁଛି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା ବେଳେ ବି ପୁରୀରେ ପବନର ବେଗ ଘଣ୍ଟାପ୍ରତି ୧୭୫ କିମି ଥିଲା। ତେଣୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଆକଳନ ଠିକ୍ ରହିଛି। କାରଣ ଆଇଏମ୍‌ଡି ବାରମ୍ବାର କହିଥିଲା ଯେ ‘ଫୋନି’ ଲ୍ୟାଣ୍ଡଫଲ୍ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ।

ଆଇଏମ୍‌ଡିର ଏଡିଜିଙ୍କ କହିବା ଅନୁଯାୟୀ, ‘ଫୋନି’ ଲ୍ୟାଣ୍ଡଫଲ୍ କରିବାର ୪/୫ ଘଣ୍ଟା ଯାଏ, ଏହାର ବିଭୀଷିକା ଲାଗି ରହିବ। ବିଶେଷ କରି ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଅଧିକ ପ୍ରଭାବ ରହିବ। ସନ୍ଧ୍ୟା ଯାଏ ପ୍ରବଳ ବର୍ଷା ଓ ପବନ ଲାଗି ରହିବ। ଘଣ୍ଟା ପ୍ରତି ଶହେ କିମି ବେଗରେ ପବନ ବହିବ। ତେବେ ଆସନ୍ତାକାଲି ପବନ ସହ ବର୍ଷାର ପରିମାଣ ବି କମିଯିବ।

ପୁରୀ ଭଳି ଗୋପାଳପୁରରେ ମଧ୍ୟ ଫୋନିର ପ୍ରଭାବ ଦେଖିବାକୁ ମିଳିଛି। ଏଠାରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଶେଷ ଖବର ସୁଦ୍ଧା ଏଠାରେ ୧୬୦ ମିମି ବର୍ଷା ହୋଇଛି। ତା’ସହିତ ପ୍ରବଳ ବର୍ଷା ମଧ୍ୟ ହୋଇଛି।

‘ଫୋନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ବର୍ଷା ଓ ପବନ ଲାଗି ରହିଛି।

 



from Odisha Reporter http://bit.ly/2PKFSBn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages