ସୁରତ ଟ୍ରାଜେଡ଼ି: ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ସୁରତ ଟ୍ରାଜେଡ଼ି: ମୃତ୍ୟୁ ସଂଖ୍ୟା ୨୨କୁ ବୃଦ୍ଧି

ସୁରତ: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏବେ ବି ତିନିଜଣ ନିଖୋଜ ଥିବା ସୂଚନା ମିଳିଛି।

ଏହି ଘଟଣାରେ ପୁଲିସ୍‌ ୩ଜଣଙ୍କ ନାଁରେ ଏତଲା ଦେଇଛି। ସେମାନଙ୍କ ମଧ୍ୟରେ ବିଲଡିଂର ମାଲିକ ଓ କୋଚିଂ ସେଣ୍ଟର ମାଲିକ ଅଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସର୍ଟ ସର୍କିଟ ଯୋଗୁ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଫାୟାର ସେଫ୍ଟି ନେଇ ଉପଯୁକ୍ତ ବ୍ୟବସ୍ଥା ନ ଥିବା ମଧ୍ୟ ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ସୁରତର ସରଥଣା ଅଞ୍ଚଳରେ ଥିବା ତକ୍ଷଶୀଳା ଆର୍କେଡର ୪ ମହଲା କୋଠାରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। କୋଠାର ୪ ମହଲା ଉପରେ ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିଯାଇଥିଲା। ଏଥିରେ ଭୟଭୀତ ହୋଇ ସେଠାରେ ଥିବା ଅନେକ ଛାତ୍ରଛାତ୍ରୀ ଜୀବନ ବିକଳରେ ଝରକା ବାଟ ଦେଇ ତଳକୁ ଡେଇଁ ପଡିଥିଲେ। କିଛି ଛାତ୍ରଛାତ୍ରୀଙ୍କର ତଳକୁ ଡେଇଁବା ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ଶ୍ୱାସରୁଦ୍ଧ ହେବା ଯୋଗୁ ମୃତ୍ୟୁ ହୋଇଛି।

ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଗାନ୍ଧିନଗରରୁ ବିଶେଷଜ୍ଞ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଅଗ୍ନିକାଣ୍ଡ ପରେ ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ହସ୍ପିଟାଲ୍ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି। ଅପରପକ୍ଷରେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାରଙ୍କ ସହ ଏହି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter http://bit.ly/2M6cLKN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages