
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ନୂଆ ସରକାର ଗଠନ ନେଇ ରାଜନୈତକ ଗତିବିଧି ତ୍ୱାରାନ୍ୱିତ ହୋଇଛି। ଆସନ୍ତାକାଲି ବିଜେଡି ବିଧାୟକ ଦଳ ବୈଠକ ବସିବାର ସମ୍ଭାବନା ଅଛି । ସୂଚନା ଅନୁସାରେ ଆସନ୍ତା ୨୯ରେ ଆୟୋଜିତ ହୋଇପାରେ ଶପଥ ଗ୍ରହଣ ସମାରୋହ। ଆସନ୍ତାକାଲିର ବିଧାୟକ ଦଳ ବୈଠକରେ ସରକାରର ଏଜେଣ୍ଡା ଓ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କିପରି କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି । ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ନବୀନ ନିବାସକୁ ଆସି ଦଳୀୟ ନେତାମାନେ ଲବି ଆରମ୍ଭ କରିଦେଲେଣି । ଯାହା ସୂଚନା ମିଳିଛି, ଯୁବ ଓ ମହିଳାଙ୍କୁ ଗୁରୁତ୍ୱ ମିଳିପାରେ । ମନ୍ତ୍ରୀ ତାଲିକା ଚର୍ଚ୍ଚାରେ ଅଛନ୍ତି ଭୂପିନ୍ଦର ସିଂ, ମନୋହର ରନ୍ଧାରି, ସୂର୍ଯ୍ୟନାରାୟଣ ପାତ୍ର, ପ୍ରଦୀପ ପାଣିଗ୍ରାହୀ, ବିକ୍ରମ କେଶରୀ ଆରୁଖ, ଜଗନ୍ନାଥ ସାରକା, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂ, କିଶୋର ମହାନ୍ତି, ନବ ଦାଶ, ସାରଦା ନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ରୋହିତ ପୂଜାରୀ, ବଦ୍ରି ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂ, ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚନ୍ଦ୍ରସାରଥୀ ବେହେରା, ସୌମ୍ୟରଂଜନ ପଟ୍ଟନାୟକ, ଅରୁଣ ସାହୁ, ସମୀର ରଂଜନ ଦାଶ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାଶ, ପ୍ରଫୁଲ ସାମଲ, ପ୍ରମିଳା ମଲ୍ଲିକ, ପ୍ରଣବ ପ୍ରକାଶ ଦାଶ, ପ୍ରତାପ ଦେବ ଓ ପ୍ରତାପ ଜେନା।
ସେହିପରି ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ କାହାକୁ ବାଚସ୍ପତି, ମୁଖ୍ୟସଚେତକ, ଉପମୁଖ୍ୟ ସଚେତକ କରାଯିବ ତାହା ସ୍ଥିର ହେବ । ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ଅଛନ୍ତି ପ୍ରଦୀପ ଅମାତ, ନିରଂଜନ ପୂଜାରୀ, କିଶୋର ମହାନ୍ତି ଓ ଦେବୀପ୍ରସାଦ ମିଶ୍ର।
from Odisha Reporter http://bit.ly/2ExVGmH
No comments:
Post a Comment