‘ଭାଗ୍ୟ ଖରାପ କାହାକୁ କହିବୁ, ତେଣୁ ପାଇଖାନାରେ ବିତୁଛି ଜୀବନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

‘ଭାଗ୍ୟ ଖରାପ କାହାକୁ କହିବୁ, ତେଣୁ ପାଇଖାନାରେ ବିତୁଛି ଜୀବନ’

କେନ୍ଦ୍ରାପଡ଼ା (ମନୋଜ କୁମାର ସ୍ୱାଇଁ): “ଆମେ ତ ଗରିବ। କହିଲେ ଆମ କଥା ଶୁଣିବ କିଏ? ସରକାର କିଛି ବି ଦେଲେନି। ଭାଗ୍ୟ ତ ଖରାପ କହିବୁ କାହାକୁ? ବାତ୍ୟାରେ ଘର ଭାଙ୍ଗିଗଲା ପରେ ପାଇଖାନାରେ ରହିବାକୁ ପଡ଼ୁଛି।” ଇଏ ହେଉଛି ବାତ୍ୟା ‘ଫୋନି’ରେ ବାସହରା ହୋଇଥିବା ଗୋଟିଏ ଝିଅର କୋହଭରା କଥା।

ଝିଅଟିର ନାଁ ହେଉଛି ଅନସୂୟା ଜେନା। ସେ ଯାହା କହିଛନ୍ତି, ତାହା ଆମ ସରକାରୀ କଳର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠାଇଛି। ବାତ୍ୟା ଯିବାର ୧୩ ଦିନ ପରେ ମଧ୍ୟ ସେ ହାର ମାନି ନାହାନ୍ତି। ପାଠ ପଢ଼ୁଛନ୍ତି। ବାପା, ମାଆ ଓ ଭଉଣୀ ସହିତ ପାଇଖାନାରେ ଦିନ କାଟୁଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରଘୁଦେଇପୁର ଗାଁରେ ବାସ କରନ୍ତି କ୍ଷୀରୋଦ ଜେନା, ପତ୍ନୀ ରଙ୍ଗଲତା ଓ ଦୁଇ ଝିଅ। ସାନ ଝିଅର ନାଁ ହେଉଛି ଅନସୂୟା। ବାତ୍ୟା ‘ଫୋନି’ରେ କ୍ଷୀରୋଦଙ୍କ ପରିବାର ସର୍ବହରା ହୋଇଯାଇଛି। ଉଡ଼ି ଯାଇଛି ସେମାନଙ୍କ ବାପ-ଅଜା ଅମଳର ଝାଟିମାଟିର ଘର। ବାତ୍ୟା ପରଠୁ କେତେବେଳେ ଦିନ ସରି ରାତି ପାହୁଛି ସେକଥା ଜାଣିପାରୁନାହାନ୍ତି। ଆଜି ପର୍ଯ୍ୟନ୍ତ କ୍ଷୀରୋଦଙ୍କ ପତ୍ନୀ ରଙ୍ଗଲତାଙ୍କ ଆଖିରୁ ଲୁହ ଯେମିତି ଶୁଖିବାର ନାଁ ନେଉନି। ଶୁଖିବ ବା କେମିତି? ୪ ପ୍ରାଣୀ କୁଟୁମ୍ବଙ୍କ ମୁଣ୍ଡ ଗୁଞ୍ଜିବାକୁ ସାହା ଝାଟିମାଟିର ବାସ ଖଣ୍ଡିକ ମାଟିରେ ମିଶିଯାଇଛି।

ବାତ୍ୟା ବେଳେ ଗାଁ ସ୍କୁଲ ଘରେ ୨ ଦିନ କଟାଇ ଭିଟାମାଟିକୁ ଫେରି ଯାହା ଦେଖିଲେ, ତାହା ଥିଲା ହୃଦୟ ବିଦାରକ। ହେଲେ ଦଇବ ଯେତେବେଳେ ଦାଉ ସାଧିଛି, ସେଠି ଉପାୟ ବା କଣ? ସେବେଠୁ ଉଜୁଡ଼ା ଘର ପଛପଟେ ଥିବା ଏହି ଚାରି ଫୁଟ୍ ଓସାରର ପାଇଖାନାରେ ଅତି ଦୟନୀୟ ଅବସ୍ଥାରେ ବିତୁଛି ଏହି ପରିବାର ୪ ପ୍ରାଣୀ କୁଟୁମ୍ବଙ୍କ ରାତିଦିନ।

ମୁଣ୍ଡ ଉପରେ ଛାତ ଉଡ଼ିଯିବା ପରେ ଡହ ଡ଼ହ ଖରାରେ ଦିନବେଳା ରୋଷେଇ ଗଣ୍ଡାକ ସାରି ସାଇତି ରଖୁଛନ୍ତି। ଦିନବେଳା ଯେନତେନ ଚଳିଯାଉଛି, ରାତିହେଲେ ୨ ଭଉଣୀ ଅତି କଷ୍ଟରେ ସେହି ପାଇଖାନା ଘରେ ରାତି କାଟୁଛନ୍ତି। ଆଉ ଖୋଲା ଆକାଶ ତଳେ ରହୁଛନ୍ତି କ୍ଷୀରୋଦ ଓ ତାଙ୍କ ପତ୍ନୀ ରଙ୍ଗଲତା। ଏତେ ଦୁର୍ଦ୍ଦଶା ଭିତରେ ମଧ୍ୟ କ୍ଷୀରୋଦଙ୍କ ସାନଝିଅ ଅନସୂୟାଙ୍କର ଭାଙ୍ଗି ଯାଇନି ଭବିଷ୍ୟତ ଗଢ଼ିବାର ଆଶା। ଦୁର୍ଦ୍ଦଶା ଘେରରେ ଥାଇ ବି ବହି ସହ ତୁଟିନି ତାଙ୍କର ସମ୍ପର୍କ। କ୍ଷୀରୋଦଙ୍କ ପରିବାରର ଏ ଅବସ୍ଥା ଦେଖି ପଡ଼ୋଶୀଙ୍କର ମଧ୍ୟ ହୃଦୟ କାନ୍ଦୁଛି। ହେଲେ ଗରିବଙ୍କ ପାଇଁ କିଏ ଅଛି ବୋଲି ଅନସୂୟାଙ୍କ ପ୍ରଶ୍ନର ଉତ୍ତର ଦେବ କିଏ?

ପକ୍କା ଘର ଖଣ୍ଡେ ପାଇଁ କେତେ କାହାକୁ କାକୁତି ମିନତି କରି କ୍ଷୀରୋଦ ଭାଙ୍ଗି ପଡିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ଅନେକ ନେହୁରା ହୋଇଛନ୍ତି। ହେଲେ ନେତା କି ପ୍ରଶାସନ, ସମସ୍ତେ ଯେମିତି ତାଙ୍କ ପାଇଁ ସାଜିଛନ୍ତି ନିଦାବିଷ୍ଣୁ।



from Odisha Reporter http://bit.ly/2HsK0Up

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages