
ମୁମ୍ବାଇ: ଆଇପିଏଲ୍ ସରିବା ପରେ ଏବେ ବିଶ୍ୱକପ୍ର ଚାପ ପୂର୍ବରୁ ବିଭିନ୍ନ ଖେଳାଳି ଏବେ ଫୁରସତରେ ସମୟ କାଟୁଥିବା ଦେଖିବାକୁ ମିଳୁଛି। କେହି କେହି ପରିବାରକୁ ସମୟ ଦେଉଥିବାବେଳେ ଆଉ କେହି ଛୁଟିରେ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ହାଲକା ସମୟ ବିତାଉଥିବା ନଜର ଆସୁଛନ୍ତି। ଏହି କ୍ରମରେ ରେକର୍ଡ ଚତୁର୍ଥ ଥର ପାଇଁ ଆଇପିଏଲ୍ ବିଜେତା ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏପରି କିଛି ଉପାୟରେ ଆସନ୍ତା ମେ ୩୦ରୁ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ପାଇଁ ମାନସିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
The best thing to hold onto in life 🥰 @ritssajdeh pic.twitter.com/EjBeNxzvKn
— Rohit Sharma (@ImRo45) May 16, 2019
ଗତ କିଛି ମାସ ହେଲା ବେଶ୍ ବ୍ୟସ୍ତ ରହୁଥିବା ଭାରତୀୟ ଦଳର ଉପଅଧିନାୟକ ରୋହିତ ନିଜ ପରିବାର ସହିତ ମାଲ୍ଡିଭ୍ସରେ ଛୁଟି କାଟୁଛନ୍ତି। ପତ୍ନୀ ରିତିକା ସଜ୍ଦେ ଏବଂ ଝିଅ ସମାରିଆ ମଧ୍ୟ ତାଙ୍କ ସାଥିରେ ଅଛନ୍ତି।
ରୋହିତ ନିଜର ଇନ୍ଷ୍ଟାଗ୍ରାମ୍ ପେଜ୍ରେ ବେଶ୍ କିଛି ସୁନ୍ଦର ମୁହୂର୍ତ୍ତର ଫଟୋ ଶେୟାର କରିବା ସହ ହୃଦୟ ଛୁଆଁ ଷ୍ଟାଟସ୍ ସବୁ ଅପଡେଟ୍ କରିଛନ୍ତି। ଏଥିରେ ସେ ଏହି ସ୍ଥାନକୁ ପ୍ରଶଂସା କରିବା ସହିତ ପତ୍ନୀଙ୍କ ଉପସ୍ଥିତିକୁ ନେଇ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି। ବିଶ୍ୱକପ୍ ପରି ବଡ଼ ସିରିଜ୍ ପୂର୍ବରୁ ଏହି ଭ୍ରମଣ ତାଙ୍କୁ ବେଶ୍ ସହାୟକ ହେବ ବୋଲି ମଧ୍ୟ ସେ ପରୋକ୍ଷରେ କହିଛନ୍ତି।
from Odisha Reporter http://bit.ly/2LRVRzv
No comments:
Post a Comment