ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବାପପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବାପପୁଅ

death

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ କଣ୍ଟିପୁର ବ୍ରିଜ ନିକଟରୁ ଗତକାଲିଠାରୁ ନିଖୋଜ ହୋଇଯାଇଥିବା ବାପାପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସରୋଜ ବଳ (୩୨) ଓ ପୁଅ ଆୟସ (୭)।

ଗତକାଲି ସନ୍ଧ୍ୟାରେ ଖରସ୍ରୋତା ନଦୀର ବାଇଟାଙ୍ଗି ମଠ ନିକଟରେ ବାପାପୁଅ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି କଲା ପରେ ବି ସେମାନଙ୍କ ସନ୍ଧାନ ମିଳି ନଥିଲା। ଆଜି ଅଗ୍ନିଶମ ବାହିନୀ କର୍ମଚାରୀମାନେ ନଦୀରେ ଖୋଜା ଖୋଜି କରି କଣ୍ଟିପୁର ବ୍ରିଜ୍‌ ନିକଟରୁ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ପୁଲିସ୍‌ ବାପପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2UQjNm5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages