
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ନେଇ ଦାୟର ହୋଇଥିବା ମାମଲାର ଆସନ୍ତା ସପ୍ତାହରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ରାହୁଲ ଗାନ୍ଧି ବ୍ରିଟେନର ନାଗରିକତ୍ୱ ଗ୍ରହଣ କରିଥିବା ଅଭିଯୋଗ କରିଥିଲେ ବରିଷ୍ଠ ବିଜେପି ନେତା ସୁବ୍ରମନ୍ୟନ ସ୍ୱାମୀ। ଏହାପରେ ରାହୁଲ ଗାନ୍ଧିଙ୍କୁ ଏପ୍ରିଲ ୨୯ ତାରିଖରେ ଗୃହମନ୍ତ୍ରଣାଳୟ ନାଗରିକତ୍ୱ ବାବଦରେ ସ୍ପଷୀକରଣ ମାଗିଥିଲା।
ତେବେ ସୁପ୍ରିମକୋର୍ଟରେ ଉଭୟ ସୁବ୍ରମନ୍ୟନ ସ୍ୱାମୀ ଏବଂ ଗୃହମନ୍ତ୍ରଣାଳୟ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଗୃହ ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ଆବେଦନର ଶୁଣାଣି କରିବେ ବୋଲି ସ୍ପଷ୍ଟ କରିଛନ୍ତି। ରାହୁଲ ଗାନ୍ଧିଙ୍କ ମତଦାନ ଅଧିକାର ଏବଂ ନାମାଙ୍କନ ପତ୍ର ରଦ୍ଦ କରିବା ପାଇଁ ଗୃହମନ୍ତ୍ରଣାଳୟ ଆବେଦନରେ ଦର୍ଶାଇଛି।
ବ୍ରିଟିଶ କମ୍ପାନୀ ବେକୋପ୍ସରେ ରାହୁଲ ଗାନ୍ଧୀ ନିର୍ଦ୍ଦେଶକ ଏବଂ ସଚିବ ଥିବା ଏକ ପ୍ରମାଣ ପାଇଥିଲେ ବିଜେପି ସାଂସଦ ସୁବ୍ରମନ୍ୟନ ସ୍ୱାମୀ। ଯେଉଁଥିରେ ରାହୁଲ ଗାନ୍ଧି ନିଜକୁ ବ୍ରିଟେନର ନାଗରିକ ବୋଲି ଦର୍ଶାଇଛନ୍ତି। ଯାହାର ଦସ୍ତାବିଜ୍ ବିଜେପି ସାଂସଦ ସୁବ୍ରମନ୍ୟନ ସ୍ୱାମୀ ଦେଖାଇଥିଲେ। ୨୦୦୩ରୁ ବେକୋପ୍ସ ଲିମିଟେଡ ବ୍ରିଟେନରେ ପଞ୍ଚିକୃତ ରହିଛି। ଏହାର ଠିକଣା ସାଉଥଗେଟ୍ ଷ୍ଟ୍ରୀଟ୍, ଓ୍ୱିନଚେଷ୍ଟର, ହାମ୍ପଶାୟର ଉଲ୍ଲେଖ ରହିଛି।
from Odisha Reporter http://bit.ly/2GX0gwg
No comments:
Post a Comment