ମାନେକା ଗାନ୍ଧି ହେବେ ଅସ୍ଥାୟୀ ବାଚସ୍ପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ମାନେକା ଗାନ୍ଧି ହେବେ ଅସ୍ଥାୟୀ ବାଚସ୍ପତି

ନୂଆଦିଲ୍ଲୀ: ମୋଦି-୨ ସରକାରରେ ମନ୍ତ୍ରୀ ପଦ ପାଇ ନଥିବା ମାନେକା ଗାନ୍ଧିଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ କାର୍ଯ୍ୟ କରିବେ। ୬୨ ବର୍ଷୀୟ ଶ୍ରୀମତି ଗାନ୍ଧି ବିଜେପିର ହେଭିୱେଟ୍‌ ନେତାଙ୍କ ମଧ୍ୟରୁ ଜଣେ।

ସେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇଛନ୍ତି। ୨୦୧୪ ମୋଦି ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଥିଲେ। ଅସ୍ଥାୟୀ ବାଚସ୍ପତି ଭାବେ ଶ୍ରୀମତି ଗାନ୍ଧି ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ନୂଆ ବାଚସ୍ପତି ଓ ଉପ ବାଚସ୍ପତି ନିଯୁକ୍ତ ହେବା ଯାଏ, ମାନେକା ଲୋକସଭାରେ ବାଚସ୍ପତି ଭୂମିକାରେ ରହିବେ।



from Odisha Reporter http://bit.ly/2QCFkxZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages