
ନୂଆଦିଲ୍ଲୀ: ମେ ୯ରୁ ଉତ୍ତର ଏବଂ ପୂର୍ବ ଭାରତରେ ମ୍ୟାକଡୋନାଲ୍ଡ ଆଉଟଲେଟ୍ ବନ୍ଦ ରହିବା ପରେ ଆଜି ପୁଣି ଖୋଲିଛି। ଦିନ ୧୧ଟା ବେଳେ ଦିଲ୍ଲୀର ୧୩ଟି ରେଷ୍ଟୁରାଣ୍ଟରେ ଆମେରିକାର ଏହି ଫୁଡ ରିଟେଲର କମ୍ପାନୀ ପୁଣି ନିଜ ବ୍ୟବସାୟ ଆରମ୍ଭ କରିଛି। ଏହି ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଏଥର ମେନୁରେ ନୂଆ ନୂଆ ଆଇଟମ ରହିଥିବା ଜଣାପଡ଼ିଛି। ତେବେ କିଛି ଆଇଟମ ଏବେ ଗ୍ରାହକ ପାଇପାରିବେ ନାହିଁ। ସବୁ ସ୍ଥାନରେ ରେଷ୍ଟୁରାଣ୍ଟ ଖୋଲିଲେ ଆଜି ଭଳି ସବୁ ଆଇଟମ ମିଳିପାରିବ ଏବଂ ହୋମ ଡେଲିଭରୀ ହୋଇପାରିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି।
ଭାରତରେ ବ୍ୟବସାୟ କରିବା ପାଇଁ ମ୍ୟାକଡୋନାଲ୍ଡ ତା’ର ପୂର୍ବତନ ସହଯୋଗୀ ବିକ୍ରମ ବକ୍ସିଙ୍କୁ ବକେୟା ଟଙ୍କା ଦେବା ପରେ ଆମେରିକାର ଏହି ଲୋକପ୍ରିୟ ଫୁଡ ରିଟେଲର କମ୍ପାନୀ ଆଜି ଖୋଲିଥିବା ଜଣାପଡ଼ିଛି। ମୂଳ କମ୍ପାନୀ କନୌଟ ପ୍ଲାଜା ରେଷ୍ଟୁରାଣ୍ଚ ପ୍ରାଇଭେଟ ଲିମିଟେଡ ପରିବର୍ତ୍ତେ ଏବେ ମ୍ୟାକଡୋନାଲ୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ହିଁ ଏହି ରେଷ୍ଟୁରାଣ୍ଟ ଚେନର ସମ୍ପୂର୍ଣ୍ଣ ମାଲିକ ହୋଇଛି।
୧୯୯୫ ମସିହାରେ ଆମେରିକାର ଏହି ଫାଷ୍ଟ ଫୁଡ ରିଟେଲର କମ୍ପାନୀ ଭାରତରେ ବିକ୍ରମ ବକ୍ସିଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କରିଥିଲା। ଏଥିପାଇଁ ୨ ପକ୍ଷଙ୍କ ମଧ୍ୟରେ ୨୫ ବର୍ଷର ଚୁକ୍ତି ହୋଇଥିଲା। ହେଲେ କମ୍ପାନୀର ଲାଭ ଅଂଶ ଠିକ ଭାବରେ ପାଉନଥିବା ବକ୍ସି ଅଭିଯୋଗ କରିଥିଲେ। ଏହାପରେ ଦୁଇ ନିବେଶକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତେବେ ଏହାପରେ ବିବାଦ ନ୍ୟାଶନାଲ କମ୍ପାନୀ ଲ’ ଟ୍ରାଏବ୍ୟୁନାଲରେ ପହଞ୍ଚିଥିଲା। ଏଥିରେ ବକ୍ଲିଙ୍କ ଦାବିକୁ ଗ୍ରହଣ କରାଯାଇଥିଲା। ଏହାପରେ ଆଉ ୫ ବର୍ଷ ପାଇଁ ଦୁଇ ନିବେଶକାରୀଙ୍କ ମଧ୍ୟରେ ଔପଚାରିକ ଭାବରେ ଚୁକ୍ତି ହୋଇଥିବା ଜଣାପଡ଼ିଥିଲା। ହେଲେ ଚୁକ୍ତି ଅବଧି ପୂର୍ବରୁ ବିକ୍ରମ ବକ୍ସି ନିଜ ଅଂଶଧନ କାଢ଼ିନେବେ ବୋଲି କହିଥିଲେ।
from Odisha Reporter http://bit.ly/2HqGpG7
No comments:
Post a Comment