
ସେଣ୍ଟ ଜନ୍ସ: ୨୦୧୯ ବିଶ୍ୱକପ୍ ପାଇଁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ ୧୦ଜଣ ରିଜର୍ଭ ଖେଳାଳିଙ୍କ ନାମ ଘୋଷଣା କରିଛି। ଅକ୍ଟୋବର, ୨୦୧୮ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ବ୍ରାଭୋଙ୍କୁ ଏହି ଟିମରେ ସାମିଲ୍ କରାଯାଇଛି। ସେହିପରି ଅକ୍ଟୋବର, ୨୦୧୬ପରଠାରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା କାଏରନ୍ ପୋଲାର୍ଡଙ୍କୁ ମଧ୍ୟ ସୁଯୋଗ ମିଳିଛି।
ବ୍ରାଭୋ ଅକ୍ଟୋବର ୨୦୧୪ ପରଠାରୁ ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି। ସେହିପରି ଶେଷଥର ପାଇଁ ସେ ସେପ୍ଟେମ୍ବର, ୨୦୧୬ରେ ପାକିସ୍ତାନ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ପୋଲାର୍ଡ ମଧ୍ୟ ପ୍ରାୟ ୨ ବର୍ଷ ହେବ ଦିନିକିଆ କ୍ରିକେଟରୁ ଦୂରରେ ଅଛନ୍ତି। ଅନ୍ୟ ରିଜର୍ଭ ଖେଳାଳିଙ୍କ ମଧ୍ୟରେ ସୁନୀଲ ଅମ୍ବ୍ରିସ୍, ଜନ୍ କ୍ୟାମ୍ପବେଲ୍, ଜୋନାଥନ କାର୍ଟର୍, ରୋଷ୍ଟନ୍ ଚେଜ୍, ଶେନ୍ ଡାଓରିଚ୍, କୀମୋ ପଲ୍, ଖାରୀ ପିଏରୀ ଓ ରେମନ୍ ରିଫର୍ ସ୍ଥାନ ପାଇଛନ୍ତି।
ମେ’ ୩୦ ତାରିଖରୁ ଇଂଲଣ୍ଡରେ ହେବାକୁଥିବା ବିଶ୍ୱକପରେ ୱେଷ୍ଟଇଣ୍ଡିଜର ନେତୃତ୍ୱ ନେବେ ଜେସନ୍ ହୋଲ୍ଡର। ହୋଲ୍ଡରଙ୍କ ନେତୃତ୍ୱାଧୀନ ୧୫ଜଣିଆ ସଦସ୍ୟରେ କ୍ରିସ୍ ଗେଲ୍, ଆନ୍ଦ୍ରେ ରସେଲ୍, କାର୍ଲସ୍ ବ୍ରେଥୱେଟଙ୍କ ଭଳି ଖେଳାଳି ଅଛନ୍ତି।
from Odisha Reporter http://bit.ly/30w0HFG
No comments:
Post a Comment