ବାଲୁକା କଳା ମାଧ୍ୟମରେ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ବାଲୁକା କଳା ମାଧ୍ୟମରେ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ(ମଧୁସୂଦନ ମିଶ୍ର): ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରରୋହଣକାରୀ କଳ୍ପନା ଦାଶଙ୍କ ଦୁଃଖଦ ବିୟୋଗ ଘଟିଛି। ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ ପ୍ରାଣ ହରାଇଛନ୍ତି ପାହାଡ଼ ରାଣୀ କଳ୍ପନା। କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲୁକା କଳା ମାଧ୍ୟମରେ କଳ୍ପନା ଦାଶଙ୍କ ଆତ୍ମାର ସେ ସଦଗତି କାମନା କରିଛନ୍ତି।

ସୂଚନାଯୋଗ୍ୟ, ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଳଜାନ ଅଭାବରୁ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା।

ସୂଚନା ଅନୁସାରେ କଳ୍ପନାଙ୍କ ମୃତଦେହ ଏବେ ହିମାଳୟ ପାଦଦେଶରୁ ୮,୪୦୦ ଫୁଟ ଉଚ୍ଚରେ ଅଛି। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ। କଳ୍ପନାଙ୍କ ସହ ଏହି ଏଭରେଷ୍ଟ ଆରୋହଣ ଟିମରେ ଆମେରିକା, କାନାଡା ଓ ନେପାଳର ୪ଜଣ ଆରୋହଣକାରୀ ମଧ୍ୟ ସାମିଲ ଥିଲେ।



from Odisha Reporter http://bit.ly/2wl9oF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages