
କୋଲକାତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପାଇଁ ଏବେ ସମୀକ୍ଷାରେ ବେଳ। ରାଜ୍ୟର ଏହି ଶାସକ ଦଳ ସାଧାରଣ ନିର୍ବାଚନରେ ପୋଷ୍ଟାଲ ଭୋଟରେ ବହୁତ କମ ଭୋଟ ପାଇଛି ବିଜେପି ଅପେକ୍ଷା। ୪୨ ଲୋକସଭା ଆସନରୁ ବିଜେପି ୩୯ଟି ଆସନରେ ଟିଏମସିକୁ ମାତ୍ ଦେଇଥିବା ବେଳେ ଦୁଇଟି ଆସନରେ ଟିଏମସି ଓ ଗୋଟିଏ ଆସନରେ ସିପିଆଇଏମ୍ ଆଗରେ ଥିଲା।
ଉଦାହରଣ ଅନୁଯାୟୀ ଘାଟାଲ ନିର୍ବାଚନମଣ୍ଡଳୀର ଭାରତୀ ଘୋଷ ପୋଷ୍ଟାଲ ଭୋଟରେ ୧, ୪୬୩ ଖଣ୍ଡ ଭୋଟ ପାଇଥିବା ବେଳେ ଦୀପକ ଅଧିକାରୀ ୫୫୨ ଖଣ୍ଡ ଭୋଟ ପାଇଥିଲେ। ହେଲେ ଇଭିଏମ ଭୋଟିଂରେ ଦୀପକ ଅଧିକାରୀ ବିଜୟୀ ହୋଇଛନ୍ତି।
ସୂଚନା ଥାଉ କି ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ଟିଏମସି ୨୨ଟି ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି।
from Odisha Reporter http://bit.ly/2Qrd2Xk
No comments:
Post a Comment