ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ରାହୁଲ, ସୋନିଆ ଏବଂ ରାଜନାଥଙ୍କ ଭଳି ହେବିଓ୍ୱେଟଙ୍କର ଭାଗ୍ୟ ଇଭିଏମରେ ହେବ ସିଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ରାହୁଲ, ସୋନିଆ ଏବଂ ରାଜନାଥଙ୍କ ଭଳି ହେବିଓ୍ୱେଟଙ୍କର ଭାଗ୍ୟ ଇଭିଏମରେ ହେବ ସିଲ୍

ନୂଆଦିଲ୍ଲୀ: ଆଜି ୧୭ତମ ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ୭ଟି ରାଜ୍ୟର ୫୧ଟି ଆସନ ପାଇଁ ଆଜି ମତଦାନ ଚାଲିଛି। ୫୧ଟି ଆସନ ପାଇଁ ୮.୭୫ କୋଟି ମତଦାତା ରହିଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ। ଉତ୍ତର ପ୍ରଦେଶର ୧୪ଟି ଆସନ, ବିହାରର ୫ଟି, ମଧ୍ୟପ୍ରଦେଶର ୭ଟି, ରାଜସ୍ଥାନର ୧୩ଟି, ଝାରଖଣ୍ଡର ୪ଟି, ଜମ୍ମୁ କଶ୍ମୀରର ୨ଟି, ପଶ୍ଚିମବଙ୍ଗର ୭ଟି ଆସନ ପାଇଁ ଭୋଟିଂ ଚାଲିଛି।

ଏହି ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଆମେଠି ଲୋକସଭା ଆସନ ପାଇଁ ରାହୁଲ ଗାନ୍ଧି ଓ ସ୍ମୃତି ଇରାନୀ, ରାଏବରେଲି ଆସନ ପାଇଁ ସୋନିଆ ଗାନ୍ଧି, ଲକ୍ଷ୍ନୌ ଆସନ ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂହ, ରାଜସ୍ଥାନ ଜୟପୁର ଲୋକସଭା ଆସନରୁ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ଭଳି ହେବିଓ୍ୱେଟଙ୍କ ପାଇଁ ଭାଗ୍ୟ ଇଭିଏମରେ ସିଲ୍ ହେବ।

କୋଲକାତାରେ ୭ଟି ଯାକ ଆସନ ଅତି ସମ୍ୱେଦନଶୀଳ ହୋଇଥିବାରୁ ୧୩, ୨୯୦ଟି ପୋଲିଂ ବୁଥରେ ଭୋଟଂ ବେଳେ କେନ୍ଦ୍ରୀୟ ଫୋର୍ସ ମୁତ୍ତୟନ କରାଯାଇଛି। ୭ଟି ଆସନ ପାଇଁ ୧.୧୬ କୋଟି ରହିଛନ୍ତି ମତଦାତା। ଯେଉଁଥିରୁ ୬୦.୦୪ ଲକ୍ଷ ପୁରୁଷ ଓ ୫୬.୮୬ ଲକ୍ଷ ମହିଳା ଭୋଟର ଏବଂ ୨୧୧ ଜଣ କିନ୍ନର ରହିଛନ୍ତି। ୭ଟି ଆସନ ପାଇଁ ମୋଟ ୮୩ ଜଣ ପ୍ରାର୍ଥୀ ହୋଇଛନ୍ତି। ଯେଉଁଥିରୁ ୧୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଏହି ପର୍ଯ୍ୟାୟ ନିର୍ବାଚନରେ ବିଜେପିର ଅଧିକାଂଶ ସାଂସଦ ୨୦୧୪ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ଉତ୍ତର ପ୍ରଦେଶର ୧୪ଟି ଆସନରୁ ବିଜେପି ୨୦୧୪ ନିର୍ବାଚନରେ ୧୨ଟି ଆସନରେ ଜିତିଥିଲା। କେବଳ ରାଏବରେଲି ଏବଂ ଆମେଠି ଲୋକସଭା ଆସନରେ କଂଗ୍ରେସ ଗତଥର ଜିତିଥିଲା। ସେହିପରି ମଧ୍ୟପ୍ରଦେଶର ୭ଟି ଆସନ ଯାକ ଗତଥର ବିଜେପି ଜିତିଥିଲା। ସେହିଭଳି ବିହାରର ୫ଟି ଆସନରୁ ବିଜେପି ଅନ୍ତିମଥର ୪ଟି ଆସନରେ ଏକାକୀ ବିଜୟ ହୋଇଥିଲା।

ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଚଳିତଥର ମେଣ୍ଟ କରିଥିବାରୁ ବିଜେପିକୁ କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ୁଛି। ସେହିପରି ରାଜସ୍ଥାନରେ ଅନ୍ତିମ ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ସରକାର ଗଢ଼ିଥିବାରୁ ଚଳିତଥର ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସେହିପରି ବିହାରରେ ଆରଜେଡ଼ି ନେତୃତ୍ୱରେ କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମେଣ୍ଟ କରିଥିବାରୁ ବିଜେପି-ଜେଡ଼ିୟୁ-ଏଲଜେପି ମେଣ୍ଟ ପାଇଁ କଡା ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ଝାରଖଣ୍ଡରେ ମଧ୍ୟ ୧୪ଟି ଆସନରୁ ବିଜେପି ୧୩ଟି ଆସନରେ ୨୦୧୪ରେ ଜିତିଥିଲା। ହେଲେ ଏବେ ରାଜ୍ୟର ଶାସକ ଦଳ ବିଜେପି ବିରୋଧରେ ‍କ୍ଷମତା ବିରୋଧୀ ହାୱା ଚାଲୁଥିବାରୁ ବିଜେପି ଅନ୍ତିମଥର ଭଳି ଜିତିବା ସେତେଟା ସହଜ ନୁହେଁ।



from Odisha Reporter http://bit.ly/2Y8yTVS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages