ବିମାନରେ ଲାଗିଗଲା ନିଆଁ, ୪୧ ଜୀବନ୍ତ ଦଗ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ବିମାନରେ ଲାଗିଗଲା ନିଆଁ, ୪୧ ଜୀବନ୍ତ ଦଗ୍ଧ

plane1

ମସ୍କୋ: ରୁଷ୍‌ରେ ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯିବା ଯୋଗୁ ୪୧ ଜଣ ଜୀବନ୍ତଦଗ୍ଧ ହୋଇ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବିମାନ କର୍ମଚାରୀ ଓ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି।

ଏରୋଫ୍ଲୋଟ୍‌ ଦ୍ୱାରା ପରିଚାଳିତ ଏହି ରୁଷିଆ ନିର୍ମିତ ସୁଖୋଇ ସୁପରଜେଟ୍‌ ବିମାଟି ଶେରେମେତ୍ୟେଭୋରୁ ମୁରମନସ୍କ ଅଭିମୁଖେ ଯାତ୍ରା କରୁଥିଲେ। ବିମାନରେ କ୍ର୍ୟୁ ମେମ୍ବରଙ୍କୁ ମିଶାଇ ମୋଟ ୭୮ ଜଣ ଥିଲେ। ସେମାନଙ୍କ ମଧ୍ୟରେ କିଛି ଛୋଟ ଛୁଆ ବି ଥିଲେ। ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଏହା ପୁଣି ଶେରେମେତ୍ୟେଭୋ ଏମର୍ଜେନ୍ସୀ ଲ୍ୟାଣ୍ଡିଂ କରି ଥିଲା। ତେବେ ଏହା ଠିକ୍ ଭାବେ ଅବତରଣ କରିପାରି ନଥିଲା। ଅବତରଣ ବେଳେ ବିମାନରେ ବିସ୍ଫୋରଣ ହୋଇଥିଲା ଓ ଏଥିରେ ନିଆଁ ଲାଗି ଯାଇଥିଲା।

plane3ଏରୋଫ୍ଲୋଟ୍ ପକ୍ଷରୁ କୁହାଯାଇଛି ଯେ, ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ଜରୁରୀକାଳୀନ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ତେବେ ଅବତରଣ କରିବା ମାତ୍ରେ ଏଥିରେ ନିଆଁ ଲାଗି ଯାଇଥିଲା।

ବିମାନରେ ନିଆଁ ଲାଗିଯିବା ସତ୍ତ୍ୱେ ୩୭ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ କିଛି ଯାତ୍ରୀ ସେମାନଙ୍କ ହ୍ୟାଣ୍ଡ୍ ଲଗେଜ୍ ଆଣିବାକୁ ଚେଷ୍ଟା କରିଥିଲେ। ଫଳରେ ସେମାନେ ବିମାନ ଭିତରୁ ବାହାରିବାରେ ବିଳମ୍ବ ହୋଇଥିଲା।

flight1ବିମାନଟି ଜଳୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

ରୁଷ୍‌ରେ ବିମାନସେବା ଭାରି ଅସୁରକ୍ଷିତ। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନର ରିପୋର୍ଟ ଅନୁଯାୟୀ, ୨୦୧୮ ଓ ୨୦୧୭ରେ ଏଠାରେ ବିମାନ ଦୁର୍ଘଟଣାରେ ୩୨୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଆମେରିକୀୟ ବିମାନ ଦୁର୍ଘଟଣାରେ ୬୧ ଜଣଙ୍କ ମୃତ୍ୟୁ ଘଟିଛି।



from Odisha Reporter http://bit.ly/2H3Ed7a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages