‘ପେଟ୍ରୋଲ୍‌ ପମ୍ପ୍ ଗୁଡ଼ିକ ପାଇଁ ବିଦ୍ୟୁତ୍ ସଂଯୋଗ ସବୁଠୁ ବଡ଼ ଆହ୍ୱାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

‘ପେଟ୍ରୋଲ୍‌ ପମ୍ପ୍ ଗୁଡ଼ିକ ପାଇଁ ବିଦ୍ୟୁତ୍ ସଂଯୋଗ ସବୁଠୁ ବଡ଼ ଆହ୍ୱାନ’

DPradhan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଫୋନି’ ଯୋଗୁ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ଥିବା ୫୨ଟି ପେଟ୍ରୋଲ୍ ପମ୍ପରୁ ୨୯ଟି ଅଚଳ ହୋଇଯାଇଥିଲା। ତେବେ ଗତକାଲି ସନ୍ଧ୍ୟା ସୁଦ୍ଧା ସେଥିରୁ ୮ଟି ପୁଣି ଚାଲୁ ହୋଇଛି। ତେବେ ପେଟ୍ରୋଲ୍ ପମ୍ପଗୁଡ଼ିକୁ ଚାଲୁ କରିବା ପାଇଁ ବିଦ୍ୟୁତ୍ ସଂଯୋଗ ସବୁଠୁ ବଡ଼ ଆହ୍ୱାନ ସାଜିଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ବାତ୍ୟା ଯୋଗୁ ବିଦ୍ୟୁତ୍ ବ୍ୟବସ୍ଥା ବହୁତ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ତେଣୁ ପେଟ୍ରୋଲ୍ ପମ୍ପଗୁଡ଼ିକ ପ୍ରଭାବିତ ହୋଇଛି। ପେଟ୍ରୋଲ୍ ପମ୍ପଗୁଡ଼ିକୁ ଚାଲୁ କରିବାକୁ ଜେନେରେଟର ଏକ ବିକଳ୍ପ। କିନ୍ତୁ ଏହା ପୂରା ବିକଳ୍ପ ନୁହେଁ। ଯେତେ ଶୀଘ୍ର ବିଦ୍ୟୁତ୍ ସଂଯୋଗ ହେବ ସେତେ ଶୀଘ୍ର ପେଟ୍ରୋଲ୍ ପମ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ। ତେବେ ଯେଉଁ ପେଟ୍ରୋଲ୍ ପମ୍ପଗୁଡ଼ିକର ଭିତ୍ତିଭୂମି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି, ସେଗୁଡ଼ିକ କାର୍ଯ୍ୟକ୍ଷମ ହେବାକୁ ସମୟ ଲାଗିବ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ, ପୁରୀ ସହରରେ ପେଟ୍ରୋଲ୍ ପମ୍ପଗୁଡ଼ିକୁ ଚାଲୁ କରିବାରେ ପ୍ରାଥମିକତା ଦିଆଯାଇଛି। ଭୁବନେଶ୍ୱରେ ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ବାକି ପେଟ୍ରୋଲ୍ ପମ୍ପଗୁଡ଼ିକ କାର୍ଯ୍ୟକ୍ଷମ ଅଛି।

‘ଫୋନି’ ଘଟାଇଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ଦେଇ ଧର୍ମେନ୍ଦ୍ର କହିଛନ୍ତି,“ ପୁରୀ, ଗୋପ, ନିମାପଡ଼ା ଓ ବ୍ରହ୍ମଗିରି ଏତେ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ଯେ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ସବୁ ନଡ଼ିଆ ଗଛ ନଷ୍ଟ ହୋଇଯାଇଛି। ସବୁ ଜଙ୍ଗଲ ସଂପଦ ନଷ୍ଟ ହୋଇଯାଇଛି। କୌଣସି ମାଟି ଓ ଚାଳ ଘରର ଛାତ ନାହିଁ। ପ୍ରାଣୀ ସଂପଦ ବି କ୍ଷତିଗ୍ରସ୍ତ ହୋଇଛନ୍ତି।”

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଆକାର୍ଶମାର୍ଗରୁ ପୁରୀ ଓ ଖୋର୍ଦ୍ଧାର କିଛି ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ଅତିରିକ୍ତ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ‘ଫୋନି’ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ କେନ୍ଦ୍ର ସରକାର ଆଗୁଆ ୩୪୦ କୋଟି ଟଙ୍କା ଦେଇଥିଲେ।



from Odisha Reporter http://bit.ly/2J2PreG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages