ଟାଙ୍କିଏ ପାଣି ଭର୍ତ୍ତି ପାଇଁ ଘଣ୍ଟାକୁ ୫୦୦, ପୁଣି କୋଉଠି ୩ ହଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ଟାଙ୍କିଏ ପାଣି ଭର୍ତ୍ତି ପାଇଁ ଘଣ୍ଟାକୁ ୫୦୦, ପୁଣି କୋଉଠି ୩ ହଜାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୋନି ପାଇଁ ଏବେ ରାଜଧାନୀ ଭୁବନେଶ୍ୱରରେ ହାହାକାର ପଡିଯାଇଛି। ପାଣି ନାହିଁ, ବିଜୁଳୀ ବି ନାହିଁ। ଲୋକେ ଅସହ୍ୟ ଯନ୍ତ୍ରଣାରେ ସନ୍ତୁଳି ହେଉଛନ୍ତି। ବୋତଲେ ପାଣି ପାଇଁ ଲମ୍ବା ଲାଇନ୍‌ ଲଗାଇବାକୁ ପଛାଉ ନାହାନ୍ତି ଲୋକେ। ସ୍ନାନସୌଚ ହେବାକୁ ପାଣି ନ ଥିବାରୁ ପାଖରେ ଥିବା ପୋଖରୀ କି ଗଡିଆରେ ଲୋକେ ଭିଡ଼ ଜମାଉଛନ୍ତି। ଭୁବନେଶ୍ୱର ନୟାପଲ୍ଲୀ ମୁମତାଜ ଅଲି ହାଇସ୍କୁଲ ପାଖରେ ଥିବା ପୋଖରୀରେ ଭୁବନେଶ୍ୱରର ବିଭିନ୍ନ ହଷ୍ଟେଲରେ ରହି ପାଠ ପଢୁଥିବା ପିଲାଙ୍କ ଭିଡ଼ ଜମୁଛି।

ଖାଲି ସେତିକି ନୁହେଁ, ଏବେ ଘରେ ଘରେ ଲୋକଙ୍କୁ ସାୟମିକ ଭାବେ ବିଦ୍ୟୁତ୍ ଯୋଗାଣ ପାଇଁ ବୁଲୁଛି ଜେନେରେଟର। ଛୋଟ ଡାଲା ଅଟୋରେ ଜେନେରେଟର ଲୋଡ଼ ହୋଇ ବୁଲୁଛି ବିଭିନ୍ନ କଲୋନୀ। ହେଲେ ଜେନେରେଟର ମାଲିକଙ୍କ ଦୌରାତ୍ମ୍ୟ କହିଲେ ନ ସରେ। ଘଣ୍ଟାକୁ କେଉଁଠି ୫ଶହ ଟଙ୍କା ଦାବି କରାଯାଉଛି ତ ପୁଣି କେଉଁଠି ୩ ହଜାର ଟଙ୍କା ତଳକୁ ଦର ଖସୁନି। ଟାଙ୍କିରେ ପାଣି ପୁରାଇବା ସହ ଇନ୍ଭଟର ଚାର୍ଜ ପାଇଁ ବିଦ୍ୟୁତ୍‌ ସେବା ଅପରିହାର୍ଯ୍ୟ ହୋଇଥିବାରୁ ବାଧ୍ୟ ହୋଇ ଲୋକେ ଦାବି ମୁତାବକ ଟଙ୍କା ଦେଇ ଜେନେରେଟର ଭଡ଼ାରେ ଆଣୁଛନ୍ତି ।

ତେଲ ଟାଙ୍କିରେ ବି ନାହିଁ ନ ଥିବା ଭିଡ଼ ହେଉଛି। କେତେକ ପେଟ୍ରାଲ ପମ୍ପରେ ଲୋକଙ୍କୁ କେବଳ ୫୦ ଟଙ୍କାର ତେଲ ମିଳୁଛି। ଅଧିକ ଦାବି କରୁଥିବା ଗ୍ରାହକଙ୍କୁ ପୁଣି ଥରେ ଧାଡିରେ ଆସିବାକୁ କୁହାଯାଉଛି। ରାସ୍ତା କଡ଼ରେ ଥିବା ଗଛବୃଚ୍ଛ ଭାଙ୍ଗିଯାଇଥିବାରୁ ଟାଣ ଖରାରେ ଆଶ୍ରୟ ନେବାକୁ ମଧ୍ୟ ଆଉ ଭୁବନେଶ୍ୱରବାସିନ୍ଦାଙ୍କ ପାଖରେ ଅପସନ୍ ନାହିଁ। ଫଳରେ ମେ’ ମାସ ଖରାକୁ ଫୋନି ଯନ୍ତ୍ରଣା ଦ୍ୱିଗୁଣିତ ହୋଇଛି।



from Odisha Reporter http://bit.ly/2WmDjIi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages