
ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଡ଼ାର ନିଖୋଜ ହୋଇଥିବା ଜଣେ ୫ ବର୍ଷର ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଲକ୍ଷ୍ମୀଜୋର ନାଳର ଏକ ପରିତ୍ୟକ୍ତ ଗାତରୁ ଗତକାଲି ରାତିରେ ଶିଶୁର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସ୍କୁ ଖବର ଦିଆଯାଇଥିଲା। ଟାଉନ୍ ଥାନା ପୁଲିସ୍ ମୃତଦେହକୁ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି।
ଶିଶୁର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ନାକରୁ ରକ୍ତ ବାହାରୁଥିଲା। ଯେଉଁ ଗାତରୁ ଶିଶୁର ମୃତଦେହ ଉଦ୍ଧାର ହୋଇଛି, ସେଠାକୁ ଶିଶୁ ଯିବା ଅସମ୍ଭବ। ତେଣୁ ପାରିପାର୍ଶ୍ୱକ ସ୍ଥିତିରୁ ଦେଖି ପରିବାର ଲୋକେ ଶିଶୁକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି।
ଗତକାଲି ସକାଳେ ଲକ୍ଷ୍ମୀନଗର ପଡ଼ାର ଜଗଦୁ ବାଗ୍ଙ୍କ ପୁଅ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଶେଷରେ ଶିଶୁର ପରିବାର ଲୋକେ ଟାଉନଥାନାରେ ଲିଖତ ଅଭିଯୋଗ କରିଥିଲେ।
from Odisha Reporter http://bit.ly/2VJTe2d
No comments:
Post a Comment